ରୋଟାରୀ କ୍ଲବ ବରଗଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ୨୬୩ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା

0 2

ବରଗଡ଼(ଶାସକ ପ୍ରଶାସକ) ରୋଟାରୀ କ୍ଲବ ବରଗଡ ତରଫରୁ ସ୍ଥାନୀୟ ରୋଟାରୀ ବ୍ଲିକ ସ୍କୁଲଠାରେ ପ୍ରକଳ୍ପ ମୁଖ୍ୟ ରୋଟାରୀଆନ୍ ପ୍ରଦୀପ ଦେବତାଙ୍କ ତତ୍ୱାବଧାନରେ ମାଗଣା ସ୍ୱାସ୍ଥ୍ୟ ଶିବିର (କିଡନି ଓ ୟୁରୋଲୋଜି) ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଓ ସି.ଡି.ଏମ୍.ଓ ବିଭୁତି ଭୂଷଣ ମେହେର ଉଦ୍ଘାଟନ କରିଥିଲେ । ବୁର୍ଲା ମେଡିକାଲ କଲେଜ ଓ ରିସର୍ଚ୍ଚ ସେଣ୍ଟରର ୟୁରୋଲୋଜି ସ୍ପେଶିଆଲିଷ୍ଟ ଡ.ସଂଜୟ ମହାପାତ୍ରଙ୍କ ନେତୃତ୍ୱରେ ଡ.ବିଶ୍ୱଜିତ ସାହୁ, ଡ.ଶିବ ପ୍ରସାଦ, ଡ.ପ୍ରଫୁଲ୍ଲ, ଡ.ରାମକୃଷ୍ଣ ସାହୁ ୨୬୩ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତା ସହିତ ମାଗଣା ଭିଟା ରକ୍ତ ଓ ପରିସ୍ରା ପରୀକ୍ଷା କରିବା ସହିତ ଗୋଟିଏ ମାସର ଔଷଧ ବଂଟନ କରାଯାଇଥିଲା ।

ସଚେତନତା ଅଭାବରୁ ବରଗଡରେ କିଡ୍ନୀ ଓ ୟୁରୋଲୋଜି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ଡ. ମହାପାତ୍ର ନିଜ ଅବିଭାଷଣରେ କହିଛନ୍ତି । ସର୍ବଶ୍ରୀ ରୋଟାରୀଆନ୍ ଜୟପ୍ରକାଶ ଅଗ୍ରୱାଲ୍, ମହାବୀର ଅଗ୍ରୱାଲ୍, ବିକ୍ରମାଦିତ୍ୟ ମିଶ୍ର, ସରୋଜ ମହାପାତ୍ର, ବିଷ୍ଣୁ ଧାନୁକା, ଜୟପ୍ରକାଶ ଲାଠ୍, ଶ୍ରବଣ ଲାଠ୍, ପ୍ରଭାତ ଚୌଧୁରୀ, ପ୍ରକାଶ କର, ସମର ଭଟ୍ଟାଚାର୍ଯ୍ୟ, ମନୀଷ ମହାନ୍ତି, ଦଶରଥ ଅଗ୍ରୱାଲ୍, ବୀରେନ୍ଦ୍ର ଶତପଥୀ, ଗଙ୍ଗାସାଗର ପତି, ସତ୍ୟଜିତ୍ କର, କେ. ତମନ୍ନା, ସୁରେଶ କେଜ୍ରିୱାଲ, ରୋହନ ରଥ, ଆଦିତ୍ୟ ପାଢୀ, ଦିବ୍ୟରାଜ୍ ମେହେର, ନିହାର ସାହୁ, ଟିଙ୍କୁ ଲାଠ ଙ୍କ ସହିତ ଅନ୍ୟାନ୍ୟ ରୋଟାରୀ କ୍ଲବ ସଭ୍ୟ ଓ ରୋଟାରୀ ପବ୍ଲିକ ସ୍କୁଲର ଶିକ୍ଷକ  ଶିକ୍ଷକ ଏବଂ କର୍ମଚାରୀ ବୃ୍ନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ରୋଟାରୀ କ୍ଲବ ସଭାପତି ଅମିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଏହିପରି ଶିବିର ପ୍ରତିବର୍ଷ ହେବାର ସ୍ଥିରୀକୃତ  ହୋଇଅଛି । 

Leave A Reply

Your email address will not be published.