ପଦ୍ମପୁର( ଶାସକ ପ୍ରଶାସକ): ବିନା ଯୌତୁକରେ ନିରାଡମ୍ବରରେ ବିବାହ ସମ୍ପନ୍ନ ସମାଜରେ ଉଦାହରଣ ସୃଷ୍ଟି ହେଉଛି । ବରଗଡ ଜିଲ୍ଲା ପଦ୍ମପୁର ରାଜ ବୋଡ଼ାସମ୍ବର ବ୍କକ କୋଡ଼ିଏ ଘରିଆ ଜାତି କୈବର୍ତ୍ତ ସମାଜ ଆନୁକୁଲ୍ୟରେ ପୁରେନା ଗ୍ରାମ ଗଙ୍ଗାଧର କାଲୋଙ୍କ ପୁତ୍ର ମୀନକେତନ କାଲୋ ବିନିକା ବ୍କକ ଅଶୋକ ସେଠିଙ୍କ ଝିଅ ଲିପସ୍ମିତା ସେଠିଙ୍କ ସହିତ ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ବିନା ଯୌତୁକରେ ନିରାଡମ୍ବରରେ ବିବାହ ସମ୍ପନ୍ନ ହୋଇଛି। ରାଜ ବୋଡାସମ୍ବର ବ୍କକ କୈବର୍ତ୍ତ ସମାଜ ସଭାପତି ହଜାରୁ ମଲ୍ଲିକ, ବିନିକା ବ୍କକ ସଭାପତି ହୃଷି କେଶ ଡନସନା,ପଦ୍ମପୁର ଏନଏସି ସଭାପତି କୁବେର ପାଣ୍ତେ ଉପସ୍ଥିତ ଥାଇ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା | ବର କନ୍ୟା କୈବର୍ତ୍ତ ସମାଜରେ ଏକ ଉଦାହରଣ ସୃଷ୍ଟି କରିଥିବାରୁ ତେଣୁ ଲୋକେ ପ୍ରଶଂସା କରୁଛନ୍ତି ଏହି ବିବାହକୁ । ଏହି ଅବସରରେ ରାଜ ବୋଡାସମ୍ବର କୈବର୍ତ୍ତ ସମାଜ ସଂପାଦକ ଦେବାର୍ଚ୍ଚନ ସେଠ,ବିନିକା ବ୍କକ ସଂପାଦକ ଗୋପାଳ କୃଷ୍ଣ ମହାଲିଙ୍ଗ, ମାଖୁନୁ ସେଠ, ହାରାଧନ ମଲ୍ଲିକ, ଧନ ସିଂ ବେହେରା, ହେମନ୍ତ ମହାଲିଙ୍ଗ, ନେପାଳ ଡନସନା, ଶୌକିଲାଲ ପାଣ୍ତେ, ସୁରୁ ପାଣ୍ତେ,ସାତ୍ତ୍ଵିକ ପାଣ୍ତେ, ଲିଙ୍ଗରାଜ କାଲୋ ଏବଂ ଅନ୍ୟାନ୍ୟ ଜାତିର ଲୋକେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.