ପୁଲିସ ଆଚରଣ ବିଧି ଓ ପରମ୍ପରା ରକ୍ଷା କରି କର୍ତ୍ତବ୍ୟ ସମ୍ପାଦନ କରନ୍ତୁ- ଏସପି ଅୱିନାଶ କୁମାର

0

 à¬ªà­à¬²à¬¿à¬¸ ଆଚରଣ ବିଧି ଓ ପରମ୍ପରା ରକ୍ଷା କରି କର୍ତ୍ତବ୍ୟ ସମ୍ପାଦନ କରନ୍ତୁ- ଏସପି ଅୱିନାଶ କୁମାର

ବାରିପଦାରୁ ଦିଲ୍ଲୀପ ମହାନ୍ତି – ମୟୂରଭଞ୍ଜ ପୁଲିସ ଆଚରଣ ବିଧି ଓ ପରମ୍ପରା ରକ୍ଷା କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ବାରିପଦା ପୁଲିସ ପରେଡ଼ ପଡ଼ିଆ ପରିସରରେ ଆୟୋଜିତ ୮୩ତମ ପୁଲିସ ପ୍ରତିଷ୍ଠା  ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ବାହିନୀଙ୍କୁ ଆହ୍ୱାନ ଦେଇଥିଲେ । ଏଥି ସହିତ  ଅନ୍ୟର ରକ୍ଷା  ନିମନ୍ତେ ଆତ୍ମ ଉତ୍ସର୍ଗ କରିବା ଓ ଆତ୍ମବଳିଦାନ ଦେବା, ଶିଷ୍ଟାଚାର, ନିରପେକ୍ଷ ଭାବେ ଜନସାଧାଣଙ୍କ ସହିତ ବ୍ୟବହାର ପ୍ରଦଶ୍ରନ କରିବା, ସାହସୀ ହୋଇ ଗୌରବ ଅର୍ଜନ କରିବା, କାହାର ଧନସମ୍ପତ୍ତି ଓ ସାମାଜିକ ଅବସ୍ଥାକୁ ନଜର ନ ଦେଇ ନିରପେକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ଆରକ୍ଷୀ ବାହିନୀଙ୍କୁ ପରାମର୍ଶ ଦେବା ସଂଗେସଂଗେ ଉଚ୍ଚକୋଟୀର ଏକାଗ୍ରତା ମର୍ଜାଦାର ମୂଳ କାରଣ ବୋଲି ନିଜ ଅବିଭାଷଣରେ କହିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷକ ଅୱିନାଶ କୁମାର ଆରକ୍ଷୀ ବାହିନୀଙ୍କ ଦ୍ୱାରା ଅନୁଷ୍ଠିତପି ରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ପୁଲିସ ବାହିନୀ ପତକା ଉତ୍ତୋଳନ କରିବା ପରେ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । 

01-04-18-sp-1.jpg - 1.23 MBଏଥି ସହିତ୨୦୧୭ରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ଉପଆରକ୍ଷୀ ନିରୀକ୍ଷକ ପଦ୍ମାଳୟା ସାହୁ, ସହ-ଉପଆରକ୍ଷୀ ଅଧିକ୍ଷକ ପ୍ରକାଶ ନାୟକ, ଏପିଆର ହାବିଲଦାର ଦୀପକ କୁମାର ମିଶ୍ର, ଓଆର କନେଷ୍ଟବଳ ପରମାନନ୍ଦ ପୁହାଣ, ଟ୍ରାଫିକ କନେଷ୍ଟବଳ ବ୍ରଜେନ୍ଦ୍ର କୁମାର ମହାପାତ୍ର, ଏପିଆର କନେଷ୍ଟବଳ ରାମଚନ୍ଦ୍ର ପୁର୍ତ୍ତି ପ୍ରମୁଖଙ୍କ ସମେତ ପୁଲିସ ଲାଇନ ହାଇସ୍କୁଲରୁ ବିଗତ ବର୍ଷରେ ମ୍ୟାଟ୍ରିକ ପରୀକ୍ଷାରେ ୮୪.୦୫ ପ୍ରତିଶତ ମାର୍କ ରଖିଥିବା ମାନସ ମୁର୍ମୁ, ୭ମ ଶ୍ରେଣୀ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖିଥିବା କୁମାରୀ ଶୁଭ୍ରଶ୍ରୀ ଦେ ଓ ୫ମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ସୁପ୍ରିୟା ମହାକୁଡ଼ଙ୍କୁ ମାନପତ୍ର ସହିତ ନଗଦ ରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିନଜନ ନାଏକ, ଡ଼ିଏସପି ଭୂବନାନନ୍ଦ ଜେନା, ବାରିପଦା ଉପଜିଲ୍ଲାପାଳ ଶେଖ  ଅବ୍ଦଦୁଲ  ଅଖତାର , ଡେ଼ପୁଟୀ ଡ଼ାଇରେକ୍ଟର ଏସଟିଆର, ବାରିପଦା ଡ଼ିଏଫଓ ଓ ପୁଲିସ ବିଭାଗର ବିଭିନ୍ନ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ସଡ଼କ ସୁରକ୍ଷା ନିମନ୍ତେ ଏକ ସଚେତନତା ରଥ ଏସପିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।

Leave A Reply

Your email address will not be published.