ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ଚୌଦ୍ୱାରର ଓଡ଼ିଶା ଟେrଟାଇଲ୍ ମିଲ୍ସ (ଓଟିଏମ୍)କୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ବିଧାୟକ ଦିଲିପ ରାୟ ପୁଣିଥରେ ଦାବି କରିଛନ୍ତି । ଏ ପ୍ରସଙ୍ଗ ସେ ଚଳିତ ବିଧାନସଭାରେ ଉଠାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ·ରିବର୍ଷ ଧରି ଲଗାତର ଭାବେ ଶ୍ରୀ ରାୟ ଓଟିଏମ୍ ଖୋଲିବା ପାଇଁ ବିଧାନସଭାର ସବୁ ଅଧିବେଶନରେ ଦାବି ଉଠାଇ ଆସୁଛନ୍ତି ।
ବିଜୁବାବୁଙ୍କ ଉଦ୍ୟମ କ୍ରମେ ୧୯୪୬ ମସିହାରେ କଟକ ଜିଲ୍ଲାର ଚୌଦ୍ୱାର ଠାରେ ସ୍ଥାପନ କରାଯାଇଥିବା ଓଟିଏମ୍ କେବେ ବନ୍ଦ ହେଲା, ଏହା ବନ୍ଦ ହେବା ବେଳକୁ ଏଥିରେ କେତେ ସଂଖ୍ୟକ କର୍ମ·ରୀ ଓ ଶ୍ରମିକ କାମ କରୁଥିଲେ ଏବଂ ଏମାନଙ୍କ ମଧ୍ୟରୁ କେତେଜଣଙ୍କର ପ୍ରାପ୍ୟ ଏଯାବତ୍ ବାକି ପଡ଼ିଛି ତାହା ଶ୍ରୀ ରାୟ ଜାଣିବାକୁ ଚାହିଁବା ସହିତ ବିଜୁବାବୁଙ୍କ ନାମରେ ନୂଆ ନୂଆ ଯୋଜନାମାନ କରାଯାଉଥିବା ପରିପ୍ରେକ୍ଷୀରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଓଟିଏମ୍କୁ ଆଧୁନିକୀକରଣ ସହ ସରକାର କେବେ ପୁନଃ କାର୍ଯ୍ୟକ୍ଷମ କରିବେ ବୋଲି ସେ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ·ହିଁଥିଲେ ।
ଏହାର ଜବାବରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ପୁରୁଣା ଉତ୍ତର ଦୋହରାଇ କହିଛନ୍ତି ଯେ ୨୦୦୦ ଅକ୍ଟୋବର ମାସରୁ ଓଟିଏମ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି କାରଖାନା ବନ୍ଦ ହେବା ବେଳକୁ ୩୭୩୯ ଜଣ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ ଏମାନଙ୍କ ମଧ୍ୟରୁ ୩୪୨୦ ଜଣ କର୍ମ·ରୀ ଓ ଶ୍ରମିକଙ୍କ ଆଂଶିକ ପ୍ରାପ୍ୟ ଏଯାବତ୍ ବାକି ରହିଥିବା ସରକାର ସ୍ୱୀକାର କରିଛନ୍ତି । ବିଜୁବାବୁଙ୍କ ଉଦ୍ୟମ କ୍ରମେ ୧୯୪୬ରେ ଚୌଦ୍ୱାରଠାରେ ଓଟିଏମ୍ ପ୍ରତିଷ୍ଠା ହୋଇଥିବା ଘଟଣାକୁ ମନ୍ତ୍ରୀ ସ୍ୱୀକାର କରିଥିଲେ ମଧ୍ୟ ଏହି କାରଖାନାର ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ ଲାଗି ବର୍ତ୍ତମାନ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ରୋକଠୋକ୍ ଭାବେ କହିଛନ୍ତି ।
ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ସ୍ୱାଧୀନତା ଆନେ୍ଦାଳନ ସମୟରେ ବନ୍ଦୀ ହୋଇଥିବା ବିଜୁ ପଟ୍ଟନାୟକ କାରାଗାରରୁ ମୁକ୍ତ ହେବା ପରେ ୧୯୪୬ ମସିହାରେ ତାଙ୍କ ଜୀବନର ତିନୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା । ଉକ୍ତ ବର୍ଷରେ ସେ କେନ୍ଦ୍ର କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଏହି ବର୍ଷ ହିଁ ସେ ଓଟିଏମ୍ ଆରମ୍ଭ କରାଇଥିଲେ । ଏହି ବର୍ଷରେ ବି ତାଙ୍କ କନିଷ୍ଠ ପୁତ୍ର ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ହୋଇଥିଲା । ସ୍ୱାଧୀନତା ପୂର୍ବରୁ ବିଜୁବାବୁ ଓଟିଏମ୍ ପ୍ରତିଷ୍ଠା କରାଇ ଯେଉଁ କିର୍ତ୍ତୀ ସ୍ତମ୍ଭ ସ୍ଥାପନ କରିଥିଲେ ତାହା ୨୦୦୦ ମସିହାରେ ଭୁଶୁଡ଼ି ପଡ଼ିଛି । ବିଜୁବାବୁଙ୍କ ଅମ୍ଳାନ ସ୍ମୃତିର ସୁରକ୍ଷା ଲାଗି ସରକାର ଓଟିଏମ୍କୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ସେ ଦାବି କରିଛନ୍ତି । ଓଡ଼ିଶା ପାଇଁ ବାର୍ଷିକ ୧୨ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର କପଡ଼ା ଦରକାର ହେଉଥିବା ବେଳେ ରାଜ୍ୟରେ ଏବେ ବାର୍ଷିକ ୫୦୦ କୋଟି ଟଙ୍କା ମୂଲ୍ୟର କପଡ଼ା ମଧ୍ୟ ଉତ୍ପାଦିତ ହାଇପାରୁନାହିଁ । ଏହାଛଡ଼ା ରାଜ୍ୟର ସମସ୍ତ କଳତନ୍ତ ଓ ସୂତାକଳକୁ ସରକାର ବନ୍ଦ କରିଦେଇଥିବା ବେଳେ କପା·ଷୀ ବ୍ୟାପକ କ୍ଷତି ସହୁଛନ୍ତି । ରାଜ୍ୟକୁ କପଡ଼ା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି କରିବା ସଙ୍ଗେ ସଙ୍ଗେ ବ୍ୟାପକ କର୍ମନିଯୁକ୍ତିର ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଓଟିଏମ୍କୁ ସରକାର ଆଧୁନିକୀକରଣ ସହ ପୁଣି ଚଳାଇବା ସହ ସମସ୍ତ ସୂତା ଓ ଲୁଗାକଳକୁ ମଧ୍ୟ କାର୍ଯ୍ୟକ୍ଷମ କରିବା ପାଇଁ ସେ ଦାବି କରିଛନ୍ତି । ରାଜ୍ୟରେ ଶିଳ୍ପ ବିକାଶ ଲାଗି ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପୁଞ୍ଜି ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରୁଥିବା ବେଳେ ସାମାନ୍ୟ ଆନ୍ତରିକତା ପ୍ରକାଶ ପାଇଲେ ଓଟିଏମ୍ ପୁଣି ଖୋଲିବା ସହଜ ହୋଇଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
