ଓଡ଼ିଶାକୁ ଆସୁଛନ୍ତି ୧ ପ୍ରତିଶତରୁ କମ୍ ବିଦେଶୀ ପର୍ଯ୍ୟଟକ

0

 

ଭୁବନେଶ୍ୱରରୁ ମାନସୀ ମିଶ୍ର : ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ହାର ଆମ ଦେଶକୁ ଆସୁଥିବା ମୋଟ୍ ବିଦେଶୀ ପର୍ଯ୍ୟଟକଙ୍କ ୧ ପ୍ରତିଶତରୁ କମ୍ । କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ସାମଗ୍ରୀକ ଆଭ୍ୟନ୍ତରୀଣ ଉତ୍ପାଦର ପରିମାଣ ୮ ବର୍ଷ ତଳେ ଯାହା ଥିଲା ତାହା କମିଛି ବରଂ ବଢ଼ିନାହିଁ । ଏ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବ ପ·ରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି । 

୨୦୧୨ ମସିହାରେ ଭାରତକୁ ଯେତେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ତାହାର ୦.୯୮ ପ୍ରତିଶତ ଓଡ଼ିଶାକୁ ଆସିଥିବା ବେଳେ ଏହା କମି କମି ୨୦୧୫ରେ ୦.୮୩ ପ୍ରତିଶତରେ ପହଞ୍ଚିଥିଲା । ତେବେ ୨୦୧୬ ବର୍ଷରେ ଏହା ୦.୮୭ ପ୍ରତିଶତ ଓ ୨୦୧୭ ବର୍ଷରେ ୦.୯୮ ପ୍ରତିଶତକୁ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । 

ସେହିପରି ୨୦୧୦-୧୧ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍ଡିପିକୁ ଅବଦାନ ୧୩.୪୨ ପ୍ରତିଶତ ଥିବା ବେଳେ ଏହା କମି କମି ୨୦୧୩-୧୪ରେ ୯.୭୨ ପ୍ରତିଶତରେ ପହଞ୍ଚିଥିଲା । ତେବେ ଏଥିରେ ସାମାନ୍ୟ ଅଭିବୃଦ୍ଧି ଘଟି ୨୦୧୬-୧୭ ବେଳକୁ ୧୦.୪୨ ପ୍ରତିଶତ ହୋଇଥିଲା । ୨୦୧୭-୧୮ ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ଜିଏସ୍ଡିପିକୁ ୧୦.୬୬ ପ୍ରତିଶତ ଆସିଥିବା ଜଣାପଡ଼ିଛି । ଅର୍ଥାତ୍ ଏହି ୮ ବର୍ଷ ମଧ୍ୟରେ ପର୍ଯ୍ୟଟନରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଅବଦାନ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ଘଟିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି । 

ତେବେ ଏହି ୮ ବର୍ଷ ମଧ୍ୟରେ ରାଜ୍ୟକୁ ସାମଗ୍ରୀକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା କିନ୍ତୁ ପାଖାପାଖି ୨ ଗୁଣ ବଢ଼ିଛି । ୨୦୧୦ ବର୍ଷରେ ଓଡ଼ିଶାକୁ ୫୦,୪୩୨ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୭୫,୯୧,୬୧୫ ଘରୋଇ ପର୍ଯ୍ୟଟକ ଆସିଥିଲେ । ଏମାନଙ୍କ ମଧ୍ୟରୁ ରାଜ୍ୟ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୪୫,୬୨,୭୪୨ ଥିବା ବେଳେ ଦେଶର ଅନ୍ୟ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୩୦,୨୮,୮୭୩ । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଓଡ଼ିଶାକୁ ମୋଟ୍ ୭୬,୪୨,୦୪୭ ଜଣ ପର୍ଯ୍ୟଟକ ଆସିଥିଲେ । ୨୦୧୭ ବର୍ଷରେ ଓଡ଼ିଶାକୁ କିନ୍ତୁ ଆସିଛନ୍ତି ମୋଟ୍ ୧,୪୧,୧୧,୨୪୩ ଜଣ ପର୍ଯ୍ୟଟକ । ଏମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧,୦୦,୦୧୪ ହୋଇଥିବା ବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧,୪୦,୧୧,୨୨୯ । ଏଥିମଧ୍ୟରୁ ରାଜ୍ୟ ଭିତରର ପର୍ଯ୍ୟଟକଙ୍କ ସଂଖ୍ୟା ୮୪,୦୬,୪୦୧ ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିଥିଲେ ୫୬,୦୪,୮୨୮ ଜଣ ପର୍ଯ୍ୟଟକ । ମୋଟାମୋଟି ଭାବେ ୨୦୧୦ ବର୍ଷରେ ଭାରତକୁ ୫୭,୭୫,୬୯୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭ ବର୍ଷରେ ଏହି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧,୦୧,୭୭,୦୦୦ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଇଚ୍ଛୁକ ଥିବା ଉଦ୍ୟୋଗମାନଙ୍କୁ ପୁରୀ, କୋଣାର୍କ ଓ ଭୁବନେଶ୍ୱରଠାରେ ପର୍ଯ୍ୟଟନ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା  ପାଇଁ ନିଆଯାଇଥିଲା । ସେମାନଙ୍କ ଠାରୁ ବିଧିବଦ୍ଧ ପ୍ରସ୍ତାବ ଆସିଲେ ପର୍ଯ୍ୟଟନ ବିଭାଗ ବି·ର କରି ପଦକ୍ଷେପ ନେବେ । ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୂମି ବ୍ୟାଙ୍କ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂ·ଇଛନ୍ତି । 

ଓଡ଼ିଶାରେ ୪୮୦ କି.ମି ଦୈର୍ଘ୍ୟର ବିସ୍ତୃତ ବେଳାଭୂମି ସମେତ ଚିଲିକା, ଅଂଶୁପା ପରି ହ୍ରଦ, ଅନେକ ଜଳପ୍ରପାତ, ଉଷ୍ନ ପ୍ରସ୍ରବଣ ଅଭୟାରଣ୍ୟ, ପାହାଡ଼ ପର୍ବତ ଭଳି ବ୍ୟାପକ ପ୍ରାକୃତିକ ସମ୍ଭାର ଭରି ରହିଥିବା ବେଳେ ଅନେକ ବିରଳ ପ୍ରାଚୀନ କିର୍ତ୍ତୀ ଓ ରାଜପ୍ରସାଦ ଆଦି ରହିଛି । ବ୍ୟାପକ ପ୍ର·ର ପ୍ରସାର ସହ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଟାଣି ଆଣିବା ପାଇଁ ଉଦ୍ୟମ ସହିତ ପର୍ଯ୍ୟଟନ ଶିଳ୍ପର ସକରାତ୍ମକ ବିକାଶ କରାଯାଇପାରିଲେ ଏ କ୍ଷେତ୍ରରୁ ରାଜ୍ୟ ରାଜକୋଷକୁ ବିପୁଳ ଟିକସ ଆସିବା ସହିତ କର୍ମନିଯୁକ୍ତି କ୍ଷେତ୍ର ସମ୍ପ୍ରସାରିତ ହୋଇପାରିବ ଏବଂ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ଦେଶ ବିଦେଶରେ ବିକ୍ରି ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ  ଉଲ୍ଲେଖ କରିଛନ୍ତି । 

Leave A Reply

Your email address will not be published.