ବଲାଙ୍ଗିର : ଢେଙ୍କାନାଳ ଜିଲା ବିଜୁ ଯୁବ ଜନତା ଦଳ ସଭାପତି ଯଶୋବନ୍ତ ପରିଡା ଙ୍କୁ କେତେକ ଅଜଣା ଦୁବୃର୍ତ୍ତ ଗୁଳିକରି ହତ୍ୟା କରିଛନ୍ତି । ତାଙ୍କ ହତ୍ୟା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ କୁହାଯାଇଛି । ଯଶୋବନ୍ତ ଜଣେ ସୁସଂଗଠକ, ମିଷ୍ଟଭାଷୀ ଏବଂ ମେଳାପି ଭାବେ ଢେଙ୍କାନାଳ ଜିଲା ଯୁବ ବର୍ଗରେ ଅତ୍ୟନ୍ତ ଲୋକପ୍ରିୟ ନେତା ଭାବେ ବେଶ ପରିଚିତ ଥିଲେ । ବିଜୁ ଯୁବଜନତା ଦଳର ସାଂଗଠନିକ ନେତୃତ୍ତ୍ୱରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ମୃତ୍ୟୁରେ ବଲାଙ୍ଗିର ବିଜେଡି ତରଫରୁ ଜିଲା ବିଜେଡି ସଭାପତି ଲୋଟସ ଷଡଙ୍ଗି, ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓ ଏବଂ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ କଡାଭାଷାରେ ନିନ୍ଦା କରିବା ସଙ୍ଗେ ସଙ୍ଗେ ଦୁବୃତ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି ଓ ମୃତ ଯଶୋବନ୍ତଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।