ଆଞ୍ଚଳିକ ଖବରକାଗଜ ଗୁଡିକ ସ୍ଥାନୀୟ ଅଞ୍ଚଳର ସମସ୍ୟା ଗୁଡିକ ଉପରେ ଫୋକସ୍ କରିବାର ଆବଶ୍ୟକ ରହିଛି

0

       ଆଞ୍ଚଳିକ ଖବରକାଗଜ ଗୁଡିକ ସ୍ଥାନୀୟ ଅଞ୍ଚଳର ସମସ୍ୟା ଗୁଡିକ ଉପରେ ଫୋକସ୍ କରିବାର ଆବଶ୍ୟକ ରହିଛି 

ବଲାଙ୍ଗୀରରୁ ନିରୋଜ ମିଶ୍ର -ଆଜି ଆଞ୍ଚଳିକ ସଂସ୍କରଣ ନାଁ ରେ ଖବରକାଗଜ ମାନଙ୍କର ନୈତିକ ଅଧୋଗତି ହୋଇଛି । ସମାଜର ପ୍ରକୃତ ସମସ୍ୟା ଗୁଡିକ ଖବରକାଗଜରେ ଗୌଣ ହୋଇଯାଉଥିବା ବେଳେ ଗୁଡାଏ ଅନାବଶ୍ୟଜ ଖବର ବ୍ରେକିଂ ନ୍ୟୁଜ କିମ୍ବା ମୁଖ୍ୟ ଖବର ଭାବରେ ପରିବେଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ  ଆଞ୍ଚଳିକ ଖବରକାଗଜ ଗୁଡିକ ସ୍ଥାନୀୟ ଅଞ୍ଚଳର ସମସ୍ୟା ଗୁଡକ ଉପରେ ଫୋକସ କରିବାର ଆବଶ୍ୟକ ରହିଛି  । ତୃଣମୂଳସ୍ତରରେ ଗାଁଗହଳିର ଅସହାୟ ମଣିଷ ମାନେ ଯେଉଁ ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି ଏବଂ ଅନେକ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ହେଉଛି ପ୍ରେରଣା ପରି ପତ୍ରିକା ମାନଙ୍କ ଦାୟିତ୍ତ୍ୱ  ।  

    ପବିତ୍ର ରାମନବମୀ ଅବସରରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ  ସାପ୍ତାହିକ ଖବର କାଗଜ ‘ପ୍ରେରଣା’ର ତ୍ରୟୋଦଶତମ ସ୍ୱନକ୍ଷତ୍ର ଦିବସ ଅବସରରେ ମଞ୍ଚାସୀନ ଅତିଥି ମାନେ ଏହି ମତ ଦେଇଥିଲେ ।  । ଅଧିବେଶନର ପ୍ରାରମ୍ଭରେ କବି ରତ୍ନମୟ ତ୍ରିପାଠୀ ଓ ସସ୍ମିତା ନେପାକଙ୍କ ମିଳିତ ସଂଯୋଜନାରେ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ  ହୋଇଥିଲା ।  ଅନ୍ୟ ମାନଙ୍କ ମଧ୍ୟରେ କବି ଆନନ୍ଦ ଚନ୍ଦ୍ର ସାହୁ, ନାମଯଜ୍ଞ ମିଶ୍ର, ନଳିନୀପ୍ରଭା ସତପଥୀ, ଅନୁପ୍ରିୟା ମିଶ୍ର, ହୃଷୀକେଶ ପୁରୋହିତ,  ଜ୍ୟୋତି ମିଶ୍ର, ନବକିଶୋର ବେହେରା, ସୁଭ୍ରାଂଶୁ ଶେଖର ପଣ୍ଡା, କପିଳ ପତି, ଘନ ମେହେର, ଯୁଧିଷ୍ଟିର ସେବକ, ବିଭୂତିଭୂଷଣ ମିଶ୍ର, ବବୁନ ପୁରୋହିତ, ଶ୍ୱେତପଦ୍ମା ଲେଙ୍କା, ଅନୁପମା ଖମାରୀ, କସ୍ତୁରୀ ରଥ, ରାମକିସନ ପାଣିଗ୍ରାହୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବିତା ପାଠୋସôବ ପରେ ଅନୁଷ୍ଠିତ  ଆଲୋଚନାଚକ୍ରର ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀରାମଚନ୍ଦ୍ରଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ସଭାକୁ ଉଦ୍ଘାଟନ କରିଥିଲେ । ପ୍ରଥମେ କଳାଧାମ ଆର୍ଟ  ଅନୁଷ୍ଠାନ  କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟ ପ୍ରବକ୍ତା ସଜ୍ଜନ ସର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜର  ଅଭିଭାଷଣରେ ପ୍ରେରଣା ସମଜର ତଳସ୍ତରର ଲୋକଙ୍କ କଥା କହି ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ଭୈରବ ସିଂପଟେଲ ଏବଂ ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ଲକ୍ଷ୍ମଣ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବରେ ବରିଷ୍ଠ  ସାମ୍ବାଦିକ ପ୍ରିୟରଂଜନ ସାହୁ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା କିପରି ବାଟବଣା ହେଉଛି ଏବଂ ସରକାରୀ ଉଦାସୀନତା ଯୋଗୁଁ ଛୋଟିଆ କାମଟିଏ ପାଇଁ ଅଫିସ ଧାଇଁ ଧାଇଁ  କିପରି ହିତାଧିକାରୀ ମାନେ ହନ୍ତସନ୍ତ ହେଉଛନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ । ଜଣେ ବିଧବା ମାସିକ ୩ଶହ ଟଙ୍କା ଭତ୍ତା ପାଉଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ଲକ୍ଷେ ଟଙ୍କାରୁ ଅଧିକ ହେଉଛି । ଏ ଅଞ୍ଚଳର ଅର୍ଥନୈତିକ ଅସମାନତା ଯୋଗୁଁ ସମାଜରେ ଲୋକଙ୍କ ମଧ୍ୟରେ ବିଦ୍ରୋହାତ୍ମକ ମନୋଭାବ  ଦେଖାଦେଉଛି । ତେଣୁ ଏପରି ଅସମାନତାକୁ ଦୁର କରିବା ପାଇଁ ବରିଷ୍ଠ  ନାଗରିକ ମାନଙ୍କ ପାଇଁ ସରକାର ନୂଆଁ ନିୟମ କରିବା କଥା ବୋଲି ଶ୍ରୀ ସାହୁ କହିଥିଲେ । ଏହି ଅବସରରେ ପ୍ରେରଣା ପକ୍ଷରୁ ପ୍ରକାଶିତ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ନାଟ୍ୟ ଅଭିନେତା ବିଶ୍ୱେଶ୍ୱର ଷଡଙ୍ଗୀ, ଶିକ୍ଷୟିତ୍ରୀ ଜ୍ୟୋସ୍ନା ଦାଶ, କବି ବଳିଷ୍ଠ  ପ୍ରଧାନ, ମାରୱାଡି  ସମାଜର ରଶ୍ମି ଜୈନ ଏବଂ ବରଗଡର ସଫଳ ଉଦ୍ୟୋଗୀ ଚନ୍ଦ୍ରଶେଖର ବାଗଙ୍କ ମୁଖ୍ୟଅତିଥି ମାନପତ୍ର ଓ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ପର୍ବକୁ ସୁବାସ ନନ୍ଦ ପରିଚାଳନା କରିଥିଲେ ।  ସଭା ପ୍ରାରମ୍ଭରେ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ମନୋରଞ୍ଜନ ସାହୁ ସଭାର ଉଦେ୍ଧଶ୍ୟ ଜ୍ଞାପନ ସହ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରଂଜିତ ମିଶ୍ର, ନାରାୟଣ ଦାଶ, ରାଧାକ୍ରିଷ୍ଣ ମିଶ୍ର, ବିନୋଦ ଦୀପ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରେରଣାର ସଂପାଦକ ସଭାପତିତ୍ୱ ଅଭିଭାଷଣ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । 

 

Leave A Reply

Your email address will not be published.