ଇଫକୋ ଜମିହରା ଛଟେଇ ଶ୍ରମିକ ମାନଙ୍କ ଧାରଣା ଆନ୍ଦୋଳନ

0

ଇଫକୋ ଜମିହରା ଛଟେଇ ଶ୍ରମିକ ମାନଙ୍କ ଧାରଣା ଆନ୍ଦୋଳନ

ପାରାଦୀପ :   ପାରାଦୀପ ଇଫକୋ ସାରକାରଖାନା ଆଗରେ ଜମି ହରା ଛଟେଇ ଶ୍ରମିକ ମାନଙ୍କ ଧାରଣା ଆନ୍ଦୋଳନକାରୀ ମାନେ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିବା ବେଳେ ଆନେ୍ଦାଳନ କାରୀଙ୍କ ସହ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ କତ୍ତୃପକ୍ଷ ଆଲୋଚନା କରିବାକୁ ଆସୁନାହାଁନ୍ତି ଯାହାକୁ ନେଇ କ୍ଷୋଭ  ପ୍ରକାଶ କରିଛନ୍ତି ।  ଆମେ କମ୍ପାନୀ ପାଇଁ ଜମି ଦେଲୁ ଜୀବିକା ହରାଇଲୁ ଦୀର୍ଘ ୧୭ ବର୍ଷ ହେବ ପୁନଃ ନିଯୁକ୍ତି କରି ଆସୁଛୁ । ଆର୍.ଡି.ସି ନିର୍ଦ୍ଦେଶ  ଦେଲା ପରେ କମ୍ପାନୀ ଖେଳୁଛି ବୋଲି ପ୍ରକାଶ କରିଛନ୍ତି ତୁରନ୍ତ ସେମାନଙ୍କୁ ଉଚିତ୍ ନିଯୁକ୍ତି ନ ଦିଆଗଲେ ଆହୁରି ଆନ୍ଦୋଳନତୀବ୍ର  ହେବ ବୋଲି ଆନ୍ଦୋଳନକାରୀ  କହିଛନ୍ତି । ପ୍ରଶାସନିକ ଅଧିକାର ଓ କମ୍ପାନୀ କତ୍ତୃପକ୍ଷ ଶେଷରେ ନ ଆସିଲେ ଆମେ ଫାଟକ ଆଗରେ ଆମରଣ ଅନଶନ କରି ମରିବୁ ବୋଲି କହିଛନ୍ତି । କମ୍ପାନୀ କତ୍ତୃପକ୍ଷ ସହିତ ଯୋଗାଯୋଗ କରିବାରୁ ଏମାନେ ପ୍ରକୃତରେ ଜମି ହରା ନୁହଁନ୍ତି କିମ୍ବା ଇଫକୋ ଏମାନଙ୍କୁ ଛଟେଇ କରି ନାହିଁ । ଆରଡିସିଙ୍କ ନିଦେ୍ର୍ଧଶରେ ହୋଇଥିବା ବୁଝାମଣା ବୈଠକ ଅନୁଯାୟୀ ୧୩ଜଣଙ୍କୁ ଠିକାଦାରଙ୍କ ଅଧିନରେ ନିଯୁକ୍ତି ଦିଆଯିବା ପାଇଁ  ଆମନ୍ତ୍ରଣ କରାଯାଇଥିଲା ଓ ସେଥିମଧ୍ୟରୁ ଦୁଇଜଣ ଗେଟ ପାସ ନେଇ ଦୁଇଦିନ କାମରେ ଯୋଗଦେବା ପରେ ଆଉ ଆସିନଥିଲେ । ଏଥିରେ ଆମର କଣ ଦୋଷ ବୋଲି ଇଫକୋ କତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଆନେ୍ଦାଳନ କାରୀମାନେ ଫାଟକ ନିକଟରେ ବସି କମ୍ପାନୀକୁ ହଇରାଣ ପକାଇବା ପାଇଁ ଯୋଜନା କରୁଛନ୍ତି ବୋଲି ପ୍ରକାଶକରିଛନ୍ତି । ଇଫକୋ କତ୍ତୃପକ୍ଷଙ୍କ ଏତାଦୃଶ୍ୟ ବୟାନବାଜୀକୁ ସହଜରେ ଗ୍ରହଣ କରିନାହାଁନ୍ତି ଆନେ୍ଦାଳନକାରୀ । ଇଫକୋ କତ୍ତୃପକ୍ଷ ଗଣମାଧ୍ୟମରେ ବୟାନ ଦେଉଥିବା ଓ ଆମ ସହିତ ଆଲୋଚନା କରିନଥିବାରୁ ଆମେ ମାନସିକ ଭାରସାମ୍ୟ ହରାଇ ବସିଲାଣୁ ବୋଲି ଆନେ୍ଦାଳନ କାରୀମାନେ ଆଜିର ପ୍ରେସ୍ ଇସ୍ତାହାରରେ   ଗଣମାଧ୍ୟମକୁ ଲିଖିତ  ଆକାରରେ ଜଣାଇଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ନଘଟିଲେ ଦିନେ ଦୁଇ ଦିନ ମଧ୍ୟରେ ଆନେ୍ଦାଳନ ଅଲଗା ରୂପ ନେବ ବୋଲି ସତ୍ୟପ୍ରକାଶ ମହାନ୍ତି, ମିହିର ନାୟକ, ଗୋପବନ୍ଧୁ ମହାପାତ୍ର, ସକାଳୀ ବାରିକ କହିଛନ୍ତି । କମ୍ପାନୀ କତ୍ତୃପକ୍ଷ ଓ ଧାରଣା କାରୀଙ୍କ ମଧ୍ୟରେ କଥାକଟା କଟି ଆରମ୍ଭ ହୋଇଥିବା ବେଳେ କିଛି ଅପ୍ରିତିକର ପରିସ୍ଥିତି ଘଟିବା ପୂର୍ବରୁ ଉଚ୍ଚ କତ୍ତୃପକ୍ଷ ଘଟଣାରେ ସିଧାସଳଖ ହସ୍ତକ୍ଷେପ କରି ସମାଧାନ କରିବାକୁ ଦାବି ହେଉଛି । 

Leave A Reply

Your email address will not be published.