ସୋସିଆଲ ମିଡିଆରେ ଗଣ୍ଡାଗଣ୍ଡା ପଲିଟିକାଲ ଜ୍ୟୋତିଷ :  ମୂଳରୁ ମାଈପ ନାହିଁ , ପୁଅ ନାଁ ଗୋପାଳିଆ

0

 ମିଡିଆରେ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ : ବିଜେଡି

ଭୁବନେଶ୍ୱର/Gyaneswar  : ନଗଦ ନଗଦ ପୋଖରୀରୁ ଧରାହୋଇ ଆସିଥିବା ଆଉ ଫକଫକ ଦେଉନଥିବା   ମାଛରେ ପୋକ ପକାଇବା ଯଦି ଆବଶ୍ୟକ ତେବେ ଏବେ ସୋସିଆଲ ମିଡ଼ିଆ ସେଥିରେ ଉସ୍ତାଦ | କିଛି ଭଡାଟିଆ ଦଲାଲ ମାତିଛନ୍ତି ଏବେ ସୋସିଆଲ ମିଡିଆରେ,  ଆଉ ଏଇ ସୋସିଆଲ ମିଡିଆରେ ମାତିଥିବା ଏହି ଦଲାଲ ମାନଙ୍କ ଯୋଗୁ ଏବେ ସାମାଜିକ ଓ ରାଜନୈତିକ ଅସ୍ଥିରୱାଟ ! ଏଇ ଦଲାଲ ମାନେ ଏମିତି ମାଷ୍ଟର ବା ଜ୍ୟୋତିଷ ପରି କହିବେ ସତେ ଯେମିତି ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ବୋପା | ବିନା ପରୀକ୍ଷାରେ କହିଦେବେ ମା ପେଟରେ ପୁଅ ଅଛି ନ ଝିଅ | ଏମାନଙ୍କ ଯୋଗୁ ଦଙ୍ଗା ଏମାନଙ୍କ ଯୋଗୁ ଆସନ୍ତି ଆଉ ଏମାନଙ୍କ ଯୋଗୁ ଅସ୍ଥିରତା |  ଆଉ ଏଇଭଳି କିଛି ପିତୃ ମାତୃ ପରିଚୟହୀନ ତତ୍ୱ ଙ୍କ ପାଇଁ ଅନେକଙ୍କ ସଂସାର ବି ଉଜୁଡି ଯାଉଛି ଆଉ ଅନେକଙ୍କ ପ୍ରାଣ ଚାଲିଯାଉଛି |

ଏବେ ନଗଦ ନଗଦ ସୋସିଆଲ ମିଡିଆରେ ଏଭାଲି ଏକ ଦଲାଲ ଗୋଷ୍ଠୀ ଛାଡିଛନ୍ତି ଆଉ ଏକ ଗୁଲି | ତାହା ପୁଣି ଦେଶର ସର୍ବୋଚ୍ଚ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ | ଗୁଲିଟି ଏହିଭଳି ଛଡାଯାଇଛି ଯେ,  ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରୟାସ କରୁଛି କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ସେ କାଳେ ସରକାରୀ ଅଭିମୁଖ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଏଭଳି କରିବାକୁ ଯାଉଛି।  ସୋସିଆଲ ମିଡିଆରେ ଜାରି ଏ ସମ୍ପର୍କିତ ପୋଷ୍ଟର ସଦୃଶ ଫୋଟୋରେ ଦର୍ଶଯାଇଛି କି ନବୀନଙ୍କ ଦଳ ଆଗକୁ କଂଗ୍ରେସର ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ଦେବାକୁ ଯାଉଛି। ଆଉ ଏହି ଫୋଟୋ ଭାଇରଲ ହୋଇଛି ସୋସିଆଲ ମେଡିଆରେ | ହେଲେ ଏହା ସମସ୍ତଙ୍କୁ ଜଣା ଯେ  କଂଗ୍ରେସ ଓ ଭାଜପାଠାରୁ ସମ ଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ବିଭିନ୍ନ ପ୍ରସଙ୍ଗରେ ଚତୁରତାର ସହ ପଦକ୍ଷେପ ନେଉଛି | ଆଉ ଏ ପର୍ଯ୍ୟନ୍ତ କଂଗ୍ରେସ ସେମିତି କିଛି ଆନିନାହିଁ ପ୍ରସ୍ତାବ | ଆଉ ଏଯାଏ ବିଜେଡି ପକ୍ଷରୁ କୌଣସି ପ୍ରକାର ମତ ଦିଆଯାଇନାହିଁ ବା କୌଣସି ସାଂସଦ ବା ଦଳୀୟ କର୍ମକର୍ତ୍ତା ଏ ସମ୍ପର୍କରେ କିଛି କହିନାହାନ୍ତି | ଆଉ ପୁଣି ସର୍ବୋଚ୍ଚ ବିଚାରପତି ଓଡିଶା ର ଆଉ ତାହା ଓଡିଶା ପାଇଁ ଗର୍ବ | ବିଜେଡି କେବେ ବି ନିଜ ଗୋଡ଼ରେ କୁଡାଦଇ ମରିବ  ନାହିଁ | କାରଣ ବିଜେଡି ଜାଣିଛି ଯେ ବିଚାରପତି ଜଷ୍ଟିସ ମିଶ୍ରଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲେ ତାହା ବିଜେଡି ପାଇଁ ଘାତକ ହୋଇପାରେ | ଅନ୍ୟପକ୍ଷରେ ସୋସିଆଲ ମିଡିଆରେ କଂଗ୍ରେସ ଯେଉଁ କାରଣ ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବା ବୋଲି କୁହାଯାଇଛି, ସେ ସବୁ କାରଣ ସହ ବିଜେଡିର କିଛି ଲେନ ଦେନ ନାହିଁ | ଅଯଥାରେ ଏକ୍ସପ୍ରେସ ହାଇୱେ ରେ କିଳା ଯାଉଛି, ବିଜେଡି କାହିଁକି ବା କିଳାକୁ ଆମନ୍ତ୍ରଣ କରି ପାଶ୍ଚାତ ଭାଗରେ ଅଯଥା ଯନ୍ତ୍ରଣା ନେବ !!!! ହେଲେ ଯାହାବି ହେଉ ସୋସିଆଲ ମିଡିଆରେ ଏଭଳି ଗୁଲି ବି ଭାଇରଲ ହେଉଛି ସେକ୍ସ ଭିଡିଓ ଭଳି | 

ହେଲେ ଏ ପ୍ରସଙ୍ଗରେ ବିଜେଡି ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଇଛି | ପ୍ରଧାନ ବିଚାରପତି ଶ୍ରୀ ଦୀପକ ମିଶ୍ରଙ୍କ ପ୍ରତି ବିଜୁ ଜନତା ଦଳର ସର୍ବୋଚ୍ଚ ସମ୍ମାନ ରହିଛି । ସୋସିଆଲ୍‍ ମିଡିଆରେ କିନ୍ତୁ ଏ ସଂପର୍କରେ ଯେଉଁସବୁ ନକାରାତ୍ମକ ଚିନ୍ତାଧାରାର ମେସେଜ୍‍ ଦିଆଯାଉଛି, ତାହା କେବଳ କେତେକ ଗୁଜବ ପ୍ରଚାରକାରୀଙ୍କ କଳା କାରନାମା । ଏହାକୁ ଆମେ ଓ ଆମର ଦଳ ଦୃଢ଼ ଭାବେ ନିନ୍ଦା କରୁଛି । ଏହି ଗୁଜବ ପ୍ରଚାରକାରୀମାନେ ନୀଚ୍ଚମନା ଓ ସଂକୀର୍ଣ୍ଣ ରାଜନୈତିକ ଖେଳ ଖେଳିବାକୁ ଏପରି କରିଛନ୍ତି । ବିଭାଜିତ ରାଜନୀତିରେ ସେମାନଙ୍କର ବିଶ୍ୱାସ ରହିଛି, ଯାହା ନେଇ ସମ୍ଭାବ୍ୟ ଆଇନ୍‍ଗତ କାର୍ଯାନୁଷ୍ଠାନ  ସଂପର୍କରେ ଆମେ ବିଚାର କରୁଛୁ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଥିବା ଦଳର ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |

ସୋସିଆଲ ମିଡିଆରେ ଗଣ୍ଡାଗଣ୍ଡା ପଲିଟିକାଲ ଜ୍ୟୋତିଷ :  ମୂଳରୁ ମାଈପ ନାହିଁ , ପୁଅ ନାଁ ଗୋପାଳିଆ

Leave A Reply

Your email address will not be published.