ସିବିଏସ୍ଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ  ଭେଟିଲା ଏବିଭିପି

0

ଭୁବନେଶ୍ୱର:  ଚଳିତବର୍ଷ ସର୍ବଭାରତୀୟ ସ୍ତରରେ ହୋଇଥିବା ସିବିଏସ୍ଇ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପରୀକ୍ଷାର କିଛି ସମୟ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଅତିଶୀଘ୍ର କଠୋର ଦଣ୍ଡ ଦିଆଯାଉ ବୋଲି ଆଜି ଏବିଭିପିର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ବ୍ୟକ୍ତି ଓ ଶିକ୍ଷାନୁଷ୍ଠାନ ବିରୋଧରେ ଦୃଢ ପଦକ୍ଷେପ ନିଆଯିବା ଦରକାର ବୋଲି ଦାବି କରାଯାଇଛି । ଆଗାମୀ ଦିନରେ ଯେଉଁ ବିଷୟରେ ପରୀକ୍ଷା ହେବ, ତାହାର ତୁରନ୍ତ ତାରିଖ ଘୋଷଣା କରିବା ସହିତ ପୁଣି ଥରେ ଯେମିତି ଏହି ଘଟଣାର ପୁନରାବୃତ୍ତି ନହେଉ ଏଥି ପ୍ରତି ସରକାର ଓ କତ୍ତୃପକ୍ଷ ଧ୍ୟାନ ଦିଅନ୍ତୁ । ଯଦି ପରୀକ୍ଷା ପାଇଁ ଶୀଘ୍ର ତାରିଖ ଘୋଷଣା କରାନଯାଏ ପରୀକ୍ଷାରେ ତୃଟି ଦେଖାଦିଏ ତେବେ ବିଦ୍ୟାର୍ଥୀ ପରିଷଦ ସାରା ଦେଶରେ ଆନ୍ଦୋଳନ  କରାଯିବ ବୋଲି ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  ଆଶିଷ ଚୌହାନ୍ ମତ ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.