ପୋଷ୍ୟ ଶିଶୁ ଗ୍ରହଣ ସମ୍ପର୍କିତ କର୍ମଶାଳା Recent News By SPNEWS On Mar 30, 2018 0 Share ବାଲେଶ୍ୱରରୁ ଉଜ୍ଜ୍ୱଳ କର : : ରାଜ୍ୟ ଶିଶୁ ସୁରକ୍ଷା ସମିତି ଓଡ଼ିଶା, ରାଜ୍ୟ ମହିଳା-ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ମଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ରାଜ୍ୟସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ସମାଜରେ ପୋଷ୍ୟ ସନ୍ତାନ ଗ୍ରହଣର ଆଭୁମୁଖ୍ୟ ଓ ଏନେଇ ପ୍ରଣୀତ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢ଼ୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅସ୍ତେରିଆ କର୍କେଟା, ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଲୀନା ପାଣିଗ୍ରାହୀ, ଶୁଭଶ୍ରୀ ଲେଙ୍କା ପ୍ରମୁଖ ଏଥିରେ ଯୋଗଦେଇ ଶିଶୁ ସୁରକ୍ଷା ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ କାର୍ଯ୍ୟକାରୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରୁ ବହୁ ପରିଚୟହୀନ ଶିଶୁ ଉଦ୍ଧାର ହେଉଥିବା ବେଳେ ଏହାର ଲାଳନପାଳନ ପାଇଁ ସେମାନଙ୍କୁ ପୋଷ୍ୟ କରିନେଇ ପାରିବେ । ତେବେ ସରକାରୀ ନିୟମ ଭିତ୍ତିରେ ସେମାନଙ୍କୁ ଗ୍ରହଣ କରି ପାରିଲେ ଭବିଷ୍ୟତରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ମାତ୍ର ଅଜ୍ଞତା ଯୋର୍ଗୁଁ ବିଭିନ୍ନ ସମୟରେ ଚୋରୀ ଶିଶୁଙ୍କୁ ଗ୍ରହଣ କରିବା ଆଦୌ ଉଚିତ ନୁହେଁ ବୋଲି ସେମାନେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନୀର୍ଲିପ୍ତା ମହାନ୍ତି ଏହି କର୍ମଶାଳାରେ ପୌରୋହିତ୍ୟ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 0 Share FacebookTwitterGoogle+ReddItWhatsAppPinterestEmail