ଚାଷକୁ ଗୁରୁତ୍ୱ ଚାଷୀକୁ ସମ୍ମାନ Recent News By SPNEWS On Mar 30, 2018 0 Share କୃଷି ବିଭାଗରେ ୬ ହଜାରରୁ ଅଧିକ ପଦବୀ ଖାଲି ଭୁବନେଶ୍ୱର: କୃଷି ବିଭାଗରେ ପ୍ରାୟ ୬ ହଜାର ପଦପଦବୀ ଖାଲି ପଡ଼ିଛି । ଏଥିଯୋଗୁ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି କ୍ଷେତ୍ର ଦପ୍ତର ଏମିତିକି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସମସ୍ୟା ଲାଗି ରହୁଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଗ୍ରାମାଞ୍ଚଳରୁ ସଚିବାଳୟ ଏବଂ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କେତେ ପଦବୀ ଖାଲି ରହିଛି ସେ ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ଦିଲିପ ରାୟ ପ୍ରଶ୍ନ ଉତ୍ଥାପନ କରିବା ସହିତ ତିନି ମାସ ମଧ୍ୟରେ ସମସ୍ତ ଖାଲି ପଦବୀ ପୂରଣ ଲାଗି ଦାବି କରିଛନ୍ତି । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କେଉଁଠି କେତେ ପଦବୀ ତାଙ୍କ ବିଭାଗରେ ଖାଲି ପଡ଼ିଛି ତାହାର ବିସ୍ତୃତ ବିବରଣୀ ଦେବା ସହିତ ଏଗୁଡ଼ିକ ପୂରଣ ଲାଗି ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଥିବା ସୂଚାଇଛନ୍ତି । କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ତାହାର ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଓ ଗବେଷଣାଗାରଗୁଡ଼ିକରେ ୨୦ଟି ପ୍ରଫେସର ସମେତ ପ୍ରାୟ ୨୦୦ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏହି ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୧୬୯, ତୃତୀୟ ଶ୍ରେଣୀର ୧୨୭ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ୩୨ଟି ପଦବୀ ଖାଲିପଡ଼ିଛି । ମୋଟାମୋଟି ଭାବେ ବିଶ୍ୱବିଦ୍ୟାଳୟରେ ଏହି ପାହ୍ୟାଗୁଡ଼ିକରେ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ସଚିବାଳୟରେ କୃଷି ବିଭାଗ ଲାଗି ୩୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୩୫ଟି ଖାଲି ପଡ଼ିଛି । କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଠାରୁ ଜିଲ୍ଲା କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ବି ୨୬୪ ପଦବୀ ଖାଲି । ୩୦ଟି ଜିଲ୍ଲାର ୩୦ଟି କୃଷି ରେଞ୍ଜ୍ର ଉପନିର୍ଦ୍ଦେଶକଙ୍କ ଅଧିନରେ ୩୦୮ଟି ପଦବୀ ଖାଲି ରହିଛି । କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷି କର୍ମୀ ପଦବୀରୁ ୮୯୭ ପୂରଣ ହୋଇପାରୁନାହିଁ । କୃଷି ନିର୍ଦ୍ଦେଶାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ୧୫୯ଟି ପଦବୀ ଖାଲି ପଡ଼ିଥିବା ବେଳେ ଏହାର ଗେଜେଟେଡ୍ ଏଷ୍ଟାବ୍ଲିସ୍ମେଣ୍ଟରେ ୨୩୨ ଓ ଅଣଗେଜେଟେଡ୍ କ୍ଷେତ୍ରରେ ୩୦୨ଟି ପଦବୀ ଖାଲି । ମୃତ୍ତିକା ସଂରକ୍ଷଣ ଓ ଜଳ ଛାୟା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ ଅନ୍ୟୁନ ୧୧୫୨ ପଦବୀ ଖାଲି ପଡ଼ିଛି । ଏଥିରୁ ପ୍ରଥମ ଶ୍ରେଣୀ ପାହ୍ୟାର ୪୩, ଦ୍ୱିତୀୟ ଶ୍ରେଣୀ ପାହ୍ୟାର ୧୩୯, ତୃତୀୟ ଶ୍ରେଣୀ ପାହ୍ୟାର ୭୮୭ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ୧୮୩ ପଦବୀ ଅନ୍ତର୍ଭୁକ୍ତ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧିନରେ ନିର୍ଦ୍ଦେଶକ ପଦବୀ ସମେତ ମୋଟ୍ ୨୨୦ ପଦବୀ ଖାଲି ପଡ଼ିଛି । କୃଷି ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ତଥା ଗବେଷଣାଗାର ସଂସ୍ଥାଗୁଡ଼ିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ରହିବା ଯୋଗୁ ଶିକ୍ଷା ଓ ଗବେଷଣା କାର୍ଯ୍ୟ ବ୍ୟାହତ ହେଉଛି । ଏହାଛଡ଼ା କୃଷି ବିଭାଗରେ ଗ୍ରାମାଞ୍ଚଳରୁ ସଚିବାଳୟ ପର୍ଯ୍ୟନ୍ତ ହଜାର ହଜାର ପଦବୀ ଖାଲି ରହିବା ଫଳରେ ଅଚଳାବସ୍ଥା ସୃଷ୍ଟି ହେଉଛି । ଗୋଟିଏ ପଟେ ରାଜ୍ୟରେ ଯୋଗ୍ୟ ବେକାର ଯୁବକ ଯୁବତୀମାନେ ·କିରି ପାଉନଥିବା ବେଳେ ହଜାର ହଜାର ସଂଖ୍ୟକ ସରକାରୀ ଚାକିରି ଖାଲି ରଖାଯିବା ଦୁର୍ଭାଗ୍ୟ ଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ତୁରନ୍ତ ଏ ସବୁ ପୂରଣ କରିବାକୁ ଦାବି କରିଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail