ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଜେଲ ଓ ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଉଦଳା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦୁର୍ନୀତି ନିରୋଧ ଆଇନ ଧାରା ୧୩(୨) r/ଙ୍ଗ, ୧୩(୧)ର ଅନୁସାରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ୩ ଲକ୍ଷ ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୦୧ରେ ବେତନଟୀ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବର୍ତ୍ତମାନର ଉଦଳା ବ୍ଲକର ସହକାରୀ ଯନ୍ତ୍ରୀ ତଥା କାମାକ୍ଷାନଗର ଅଞ୍ଚଳର ପ୍ରତାପଚନ୍ଦ୍ର ରାଉତଙ୍କ ପୈତୃକ ବାସଭବନ ସହିତ ବାରିପଦା ପାଲବଣିସ୍ଥିତ ଭଡ଼ାଘର ଆଦି ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୦୧ ଜୁନ ୨୮ରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ତାଙ୍କର ଚାକିରୀ ଆରମ୍ଭ ସମୟ ୨୩.୦୨.୧୯୯୬ଠାରୁ ୨୯.୦୬.୨୦୦୧ ପର୍ଯନ୍ତ ଆୟ ଓ ବ୍ୟୟକୁ ହିସାବକୁ ନିଆଯାଇ ମୋଟ ୫ ଲକ୍ଷ ୧୧ହଜାର ୧୬୮ ଟଙ୍କାର ସ୍ଥାବର, ଅସ୍ଥାବର ଆୟ ବର୍ହିଭୂତ ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଥିଲା । ଉକ୍ତ ଆୟବର୍ହିଭୂତ ସମ୍ପତ୍ତି ମଧ୍ୟରୁ ପ୍ରତାପ ଚନ୍ଦ୍ର ରାଉତ ମୋଟ ଏକ ଲକ୍ଷ ୯୬ ହଜାର ୭୯ଟଙ୍କାର କୌଣସି ହିସାବ ଦେଇପାରି ନ ଥିଲେ । ଫଳରେ ତାଙ୍କ ବିରୋଦ୍ଧରେ ଭିଜିଲାନ୍ସରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସରେ କେଶ ନଂ ୦୧/୨୦୦୨ରେ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ସାକ୍ଷୀମାନଙ୍କର ବୟାନ ଓ ସମ୍ତ ପ୍ରମାଣପତ୍ରକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ମୋକଦ୍ଦମାକୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.