ଜାବଡେ଼କରଙ୍କ ଇସ୍ତଫା ଦାବି କଲା ଛାତ୍ର ବିଜେଡି On Mar 30, 2018 17 Share ପ୍ରଶ୍ନପତ୍ର ଲିକ୍: ସିବିଏସ୍ଇ ଅଫିସ୍ ଆଗରେ ବିକ୍ଷୋଭ ଭୁବନେଶ୍ୱର(ଚକ୍ରଧର ମାଝି): ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ଆଉଥରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ପୂର୍ବାହ୍ଣ ୧୧ଟା ସମୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସିବିଏସ୍ଇ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟାଳୟ ଆଗରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ । ବିକ୍ଷୋଭର ନେତୃତ୍ୱ ନେଇ ସଭାପତି ଶ୍ରୀ ପାତ୍ର କହିଥିଲେ ଯେ ଛାତ୍ରଛାତ୍ରୀମାନେ ଦୁଇ ଦୁଇଥର ପରୀକ୍ଷା ଦେବା ଫଳରେ ଚାପଗ୍ରସ୍ତ ହୋଇ ମାନସିକ ସ୍ତରରେ ଭାଙ୍ଗିପଡିବେ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହା ଏକ ସମ୍ବେଦନଶୀଳ ଘଟଣା । ଯଦି ଏହାକୁ ଦାୟିତ୍ୱହୀନ ଭାବେ ପରିଚାଳନା କରାଯାଏ, ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇଯିବ । ତେଣୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେ଼କର ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପାତ୍ର କହିଥିଲେ । ଅନ୍ୟପକ୍ଷରେ ସିବିଏସ୍ଇ କର୍ତ୍ତୃପକ୍ଷ ଏବଂ ଶ୍ରୀ ଜାବଡେ଼କରଙ୍କ ବିରୋଧରେ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ଗୋଟିଏ ପଟରେ ସିବିଏସ୍ଇ କର୍ତ୍ତୃପକ୍ଷ ପରୀକ୍ଷାରେ ଅନିୟମିତତା ହୋଇଥିବା କହୁଥିବା ବେଳେ ଅନ୍ୟପଟେ ମାନ୍ୟବର ମନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସାମ୍ନାକୁ ଆଣିଛନ୍ତି । ତେଣୁ କିଏ ସତ କହୁଛନ୍ତି, ତାହାର ତଦନ୍ତ ହେଉ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ । ଯେଉଁ ଜୋନ୍ଗୁଡିକରେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ସେହିସବୁ ଜୋନ୍ରେ ପୁନଃ ପରୀକ୍ଷା ନକରିବାକୁ ଛାତ୍ର ବିଜେଡି ନିବେଦନ କରିଛି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଉପ-ସଭାପତି ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ ସୁଜିତ ପାଲ୍ଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ସାଂଗଠନିକ ସଂପାଦକ ଏସ୍କେ. ଇମ୍ରାନ୍, ସଂପାଦକ ପ୍ରମୋଦ ପାତ୍ର, ସାଧାରଣ ସଂପାଦକ ଦୀପକ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍ ସଭାପତି ଅଜିତ ବେହେରା, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ଦାସ, ଯୋଗେଶ ଜେନା ଓ ସାଧାରଣ ସଂପାଦକ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 17 Share FacebookTwitterGoogle+ReddItWhatsAppPinterestEmail