ଟଙ୍କା ଅଛି…ଖର୍ଚ ପାଇଁ କୁନ୍ଥୁକୁନ୍ଥୁ Recent News By SPNEWS On Mar 29, 2018 0 Share ଖଣିଜ ପାଣ୍ଠିଗୁଡ଼ିକୁ ମିଳିଛି ୪୦୭୫ କୋଟି, ଖର୍ଚ୍ଚ ମାତ୍ର ୩୮୯ କୋଟି ଭୁବନେଶ୍ୱର, ୨୯ା୦୩: ବିଭିନ୍ନ ଜିଲ୍ଲାର ଖଣିଜ ପାଣ୍ଠିକୁ ତିନିବର୍ଷ ମଧ୍ୟରେ ୪ହଜାର ୭୫ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ମିଳିଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୩୮୯ କୋଟି ଟଙ୍କା । ଅର୍ଥାତ୍ ତିନିବର୍ଷରେ ଖଣିଜ ପାଣ୍ଠିକୁ ଯେତେ ଅର୍ଥ ମିଳିଛି ସେଥିରୁ ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ବିଧାୟକ ଦିଲିପ ରାୟ ଏ ସଂକ୍ରାନ୍ତରେ ବିଧାନସଭାରେ ପ·ରିଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନରୁ ଖଣିଜ ପାଣ୍ଠି ଲାଗି ୩ ବର୍ଷ ମଧ୍ୟରେ ୭୪୮ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୧୦୩ କୋଟି । ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜନସାଧାରଣଙ୍କ ବ୍ୟାପକ ସମସ୍ୟା ଲାଗି ରହିଥିବା ବେଳେ ଅନଗ୍ରସରତା ଓ ଅନୁନ୍ନତା ଅବସ୍ଥା ସତ୍ତ୍ୱେ ଖଣିଜ ପାଣ୍ଠିରେ ଉପଲବ୍ଧ ଅର୍ଥ ବ୍ୟୟ କରିବାରେ ମନ୍ଥରତାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ନାପସନ୍ଦ କରିଛନ୍ତି । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଭିନ୍ନ ଜିଲ୍ଲାର ଖଣିଜ ପାଣ୍ଠି ପାଇଁ ୨୦୧୫-୧୬ ବର୍ଷରେ ୩୯୫ କୋଟି ୩୮ ଲକ୍ଷ, ୨୦୧୬-୧୭ ବର୍ଷରେ ୨୧୦୯ କୋଟି ୮୯ ଲକ୍ଷ ଓ ୨୦୧୭-୧୮ ବର୍ଷର ଫେବୃଆରୀ ପର୍ଯ୍ୟନ୍ତ ୧୬୭୦ କୋଟି ୩୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି ମାତ୍ର ୩୮୯ କୋଟି ୨୭ ଲକ୍ଷ ଟଙ୍କା ।ରାଜ୍ୟର ୧୭ଟି ଜିଲ୍ଲାରେ ଖଣିଜ ପାଣ୍ଠିରୁ ଏହି ସମୟ ମଧ୍ୟରେ ପଇସାଟିଏ ହେଲେ ଖର୍ଚ୍ଚ ହୋଇନଥିବା ବେଳେ ୬ଟି ଜିଲ୍ଲାରେ ୩ ବର୍ଷରେ ଖର୍ଚ୍ଚ ହୋଇଛି କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ । କେନ୍ଦୁଝର ଜିଲ୍ଲାରେ ଖଣିଜ ପାଣ୍ଠିକୁ ଏହି ସମୟ ସୁଦ୍ଧା ୧୪୬୭ କୋଟି ୮୯ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୧୨୫ କୋଟି ୯୮ ଲକ୍ଷ । ସେହିପରି ଅନୁଗୁଳ ଜିଲ୍ଲାରେ ଏହି ପାଣ୍ଠିକୁ ୩ ବର୍ଷରେ ୮୨୯ କୋଟି ୪୧ ଲକ୍ଷ ଟଙ୍କା ଆସିଥିବା ବେଳେ ସେଥିରୁ ଖର୍ଚ୍ଚ ହୋଇଛି ୫୫ କୋଟି । ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିକୁ ୪୫୮ କୋଟି ଟଙ୍କା ଆସିଥିବା ବେଳେ ସେଥିରୁ ୧୫ କୋଟି, ଝାରସୁଗୁଡ଼ା ଜିଲ୍ଲାର ଖଣିଜ ପାଣ୍ଠିରେ ୪୮୦ କୋଟି ଥିବା ବେଳେ ସେଥିରୁ ୩୧ କୋଟି, କୋରାପୁଟ ଜିଲ୍ଲାର ଏହି ପାଣ୍ଠିରେ ୮୧ କୋଟି ଟଙ୍କାଥିବା ବେଳେ ସେଥିରୁ ୨୯ କୋଟି ଏବଂ ରାୟଗଡ଼ା ଜିଲ୍ଲାର ଉକ୍ତ ପାଣ୍ଠିରେ ୫୭ କୋଟି ଟଙ୍କା ଥିବା ବେଳେ ସେଥିରୁ ଖର୍ଚ୍ଚ ହୋଇଛି ମାତ୍ର ୨୧ କୋଟି ଟଙ୍କା । ଏଠାରେ ଉଲ୍ଲେଖନୀୟ ଯେ ୨୦୧୫ର ଓଡ଼ିଶା ମିନେରାଲ ଫାଉଣ୍ଡେସନ ନିୟମାବଳୀ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡମାନ ଗଠନ କରାଯାଇଛି । ଖର୍ଚ୍ଚକୁ ବାଦ୍ ଦେଲେ ସର୍ବଶେଷ ହିସାବ ଅନୁଯାୟୀ ଖଣିଜ ଉନ୍ନୟନ ପାଣ୍ଠିରେ ବିଭିନ୍ନ ଜିଲ୍ଲାରେ ୩୭୮୬ କୋଟି ୩୩ ଲକ୍ଷ ଟଙ୍କା ମହଜୁଦ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । 0 Share FacebookTwitterGoogle+ReddItWhatsAppPinterestEmail