କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ବେଦାନ୍ତ ସହ ବୁଝାମଣା ପତ୍ର ପୁଣି ଓଡ଼ିଶାବାସୀଙ୍କୁ ଠକିବା ପାଇଁ ଆଉ ଏକ ଡ୍ରାମା: ବିଜେପି

0

 à¬•ଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ବେଦାନ୍ତ ସହ ବୁଝାମଣା ପତ୍ର ପୁଣି ଓଡ଼ିଶାବାସୀଙ୍କୁ ଠକିବା ପାଇଁ ଆଉ ଏକ ଡ୍ରାମା: ବିଜେପି

ଭୁବନେଶ୍ୱର :  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ନୂତନ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା  ପାଇଁ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣା ପତ୍ର ରାଜ୍ୟସରକାରଙ୍କ ଲୋକଙ୍କୁ ଭ୍ରମିତ କରିବା ପାଇଁ ଆଉ ଏକ ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟଉପସଭାପତି ସମୀର ମହାନ୍ତି ।

ଶ୍ରୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଳାହାଣ୍ଡି ଜିଲ୍ଲାରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କର ଆର୍ଥିକ ଅନୁଦାନରେ ପ୍ରତିଷ୍ଠା  ହୋଇଥିବା ସର୍ଦ୍ଧାର ରାଜସ ମେଡ଼ିକାଲ କଲେଜ କଳାହାଣ୍ଡି  ଜିଲ୍ଲାରେ ପ୍ରତିଷ୍ଠା  ଅଧାରୁ କୁଆଡେ଼ ଛାଡ଼ି ପଳାଇଗଲା ରାଜ୍ୟ ସରକାର କାହିଁକି ଉତ୍ତର  ଦେଉନାହାଁନ୍ତି? ତାମିଲନାଡ଼ୁର ଏହି ଶିକ୍ଷା ବ୍ୟବସାୟୀ ସଂସ୍ଥା ରାଜ୍ୟସରକାରଙ୍କ ଅର୍ଥ ଓ ଓଡ଼ିଆ ଲୋକଙ୍କୁ ଠକି ପଳାଇଗଲେ ମଧ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ୧୪.୯.୨୦୧୬ ର ପ୍ରେସ୍ ବିଜ୍ଞପ୍ତି ଓ ୧୧.୯.୨୦୧୬ରେ ଓଡ଼ିଶାର ବିଭିନ୍ନ ଖବର କାଗଜରେ ପ୍ରକାଶିତ କଳାହାଣ୍ଡି ମେଡ଼ିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ ଓ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ସମ୍ପର୍କିତ ଘୋଷଣାନାମାକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରିବା ସହ ଆଜି ହେବାକୁ ଥିବା ବୁଝାମଣା ପତ୍ର କେବଳ କଳାହାଣ୍ଡିବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ବୋକା ବନାଇବାକୁ ଉଦ୍ଧିଷ୍ଟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ୧୧.୯.୨୦୧୬ରେ ପ୍ରକାଶିତ ବିଜ୍ଞାପନରେ ରାଜ୍ୟସରକାର କହିଥିଲେ, “ଆଜି କଳାହାଣ୍ଡି ଜିଲ୍ଲାର ଭଙ୍ଗାବାରି ଠାରେ ବେଦାନ୍ତ ଲିମିଟେଡ୍ ଙ୍କ ସହ ମିଳିତ ଉଦ୍ୟମରେ ନିର୍ମିତ ହେବାକୁ ଥିବା ସରକାରୀ ମେଡ଼ିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ” । ଏହା ସହ ଏହି ବିଜ୍ଞାପନରେ କୁହାଯାଇଥିଲା ‘ଆଜି କଳାହାଣ୍ଡିବାସୀଙ୍କ ପାଇଁ ରାଜ୍ୟର ସ୍ୱାସ୍ଥ୍ୟ ସେବା ଇତିହାସରେ ଏକ ନୂତନ  ଫର୍ବ୍ଦ ଯୋଡ଼ି ହେବାକୁ ଯାଉଛି । 

ସେହିପରି ୧୪.୯.୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ ମାସକ ମଧ୍ୟରେ କଳହାଣ୍ଡି ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ  ଦେଇଥିଲେ । ଉଭୟ ତଥ୍ୟକୁ ଉପସ୍ଥାପିତ କରିବା ସହ ଆଜି ବେଦାନ୍ତ ସହ ହେବାକୁ ବୁଝାମଣା ପତ୍ର ପୁଣି କଳାହାଣ୍ଡି ଓ ଓଡ଼ିଶାବାସୀଙ୍କୁ ଠକିବା ପାଇଁ ଆଉ ଏକ ଡ୍ରାମା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

Leave A Reply

Your email address will not be published.