ଯୁବ ବିଜେଡିର ମୟୂରଭଞ୍ଜ ଜିଲ୍ଲା କମିଟି ପୁନର୍ଗଠିତ, ୮ ଉପସଭାପତି ୭ ସାଧାରଣ ସମ୍ପାଦକ ସାମିଲ 

0

ଭୁବନେଶ୍ୱର:  ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ମୟୂରଭଞ୍ଜ ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର)  ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।

ଏକ ମିଳିତ ପ୍ରେସ୍‍ ଇସ୍ତାହାରରେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା ଓ ବାଲେଶ୍ୱର ଜୋନ୍‍ ସଭାପତି ସୁବ୍ରମଣ୍ୟମ ମହାନ୍ତି ଘୋଷଣା କରିଥିବା ମୟୂରଭଞ୍ଜ ଜିଲ୍ଲା ଉପ-ସଭାପତି ଭାବେ ଅନିରୁଦ୍ଧ ଭଞ୍ଜଦେଓ, ଭବାନୀ ଶଙ୍କର ମିଶ୍ର, ଭାଗିରଥୀ ଦେହୁରୀ, ମହେଶ୍ୱର ସାହୁ, ଦୁଲ୍ଲା ସୋରେନ୍‍, ସରୋଜ କୁମାର ବୋଷ, ସୁବଧ ମାର୍ଣ୍ଡି, ସୁଧୀର ଷଡ଼ଙ୍ଗୀ, ସାଧାରଣ ସଂପାଦକ ଭାବେ ସୁଜିତ କୁମାର ମହାନ୍ତ, ସନ୍ଦୀପ ବାସା, ଉତ୍ତମ ମହାନ୍ତି, ସୁବ୍ରତ ପତି, ଜଗତ ନାରାୟଣ ଜିତ୍‍, ତପନ ମହାନ୍ତି, ରାଜୀବ ଲୋଚନ ସେନାପତି, ମେଡିଆ ସଂଯୋଜକ ଭାବେ କପିଲ୍‍ ଖଣ୍ଡେଲୱାଲ୍‍, ସଂପାଦକ ଭାବେ ପ୍ରଦୀପ ଦାଶ, ଜୟନ୍ତ ଧଡ଼ା, ଏସ୍‍କେ. ଜାକିର ମହମ୍ମଦ, ଦୁର୍ଗା ମହାନ୍ତ, ଶିବୁ ରଣା, ରାଜେନ୍ଦ୍ର ବାରିକ, ବେଣୁଧର ମହାନ୍ତ, ରତ୍ନାକର ବେହେରା, ବିନୋଦ ସିଂହ, ଗଣେଶ୍ୱର ବେହେରା, ମଧୁସୂଦନ ସେନ୍‍, ମନୋଜ କୁମାର ସାହୁ, ଅନୁରାଧା ସରୋନ୍‍, ମଙ୍ଗଳ ମାଝୀ, ବାପି ଘଡ଼ାଇ, ବ୍ଲକ ଓ ଟାଉନ୍‍ ସଭାପତି ଭାବେ ବାରିପଦା ବ୍ଲକରେ ସୁମନ୍ତ ବେହେରା, ଖୁଣ୍ଟା ବ୍ଲକରେ ଲାଲାଜୀ ରଥ, ବାରିପଦା ଟାଉନ୍‍ରେ ଦେବାଶିଷ ପାତ୍ର, ମୋରଡ଼ା ବ୍ଲକରେ ରବୀନ୍ଦ୍ର ମହାନ୍ତି, ଶୁଳିଆପଦା ବ୍ଲକରେ ତରୁଣ କୁମାର ମହାପାତ୍ର, ରାସଗୋବିନ୍ଦପୁର ବ୍ଲକରେ ହେମନ୍ତ କୁମାର ରାଉତ, ଉଦଳା ବ୍ଲକରେ ଟିମ୍ପୁ ମୁର୍ମୁ, ଉଦଳା ଏନ୍‍ଏସିରେ ନିଳାଦ୍ରୀ ବିହାରୀ ମହାନ୍ତି, ଗୋପବନ୍ଧୁନଗର ବ୍ଲକରେ ରଞ୍ଜନ କୁମାର ମହାନ୍ତି, କପ୍ତିପଦା ବ୍ଲକରେ ପୂର୍ଣ୍ଣଚନ୍ଦ୍ର ନାୟକ, ବଡ଼ସାହି ବ୍ଲକରେ ନିହାର ରଞ୍ଜନ ମହାପାତ୍ର, ବେତନଟୀ ବ୍ଲକରେ ସନ୍ଦୀପ ତ୍ରିପାଠୀ, ବାଙ୍ଗିରିପୋଷୀ ବ୍ଲକରେ ଭାସ୍କର ମହାନ୍ତ, କୁଳିଅଣା ବ୍ଲକରେ ଦୁଃଶମନ୍ତ ମାର୍ଣ୍ଡି ଏବଂ ଶାମାଖୁଣ୍ଟା ବ୍ଲକରେ ରଜନୀ ମହାନ୍ତଙ୍କୁ ମନୋନୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତି ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା କମିଟିର ପୁନର୍ଗଠନ ପାଇଁ କୃତଜ୍ଞତା ଜଣାଇବା ସହିତ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

Leave A Reply

Your email address will not be published.