ଏପ୍ରିଲ  ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ।

0

ଯାଜପୁର ରୋଡ଼    : ଏପିଲ ମାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ  ଶୁଣାଣୀ ଶିବିରର ତାରିଖ ଓ ସ୍ଥାନ  ସ୍ଥିରିକୃତ  ହୋଇଚ୍ଥି ।  ଏପ୍ରିଲ ମାସ ୨ ତାରିଖରେ ଜିଲ୍ଲା  ଗ୍ରାମ୍ୟ ଊନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୬ ତାରିଖରେ  କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସମାଧାନ ଶିବିର, ୯ ତାରିଖରେ ବଡଚଣା ବ୍ଲକର  ରାଧାଦେଇପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ମହା ସମାଧାନ ଶିବିର, ୧୬ ତାରିଖରେ ଦଶରଥପୁର ବ୍ଲକର  ଥାଲକୁଡି କଲ୍ୟାଣ ମଣ୍ଡପ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୩ ତାରିଖରେ କୋରାଇର ବ୍ଲକର ବରୁଣ୍ଡାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ  ଶୁଣାଣି ଓ କୃଷି ସମାଧାନ ଶିବିର,  ୩୦ ତାରି୍ଖରେ ଦାନଗଦୀବ୍ଲକର ଦେଊଳକଣ  ଗ୍ରାମ ପଞ୍ଚାୟତର ଖଣ୍ଡୁରାଇ ମଣ୍ଡପ ଠାରେ ମିଳିତ ଅଭିଯୋଗ ଶୁଣାଣୀ  ଶିବିର  ଅନୁଷ୍ଠିତ  ହେବ ବୋଲି   ଅଭିଯୋଗ ପ୍ରକୋଷ୍ଠ  ସୂତ୍ରରୁ ସୂଚନା ଦିଆଯାଇଚ୍ଥି ।

Leave A Reply

Your email address will not be published.