ପୃଥିବୀରେ ଶ୍ରେଷ୍ଠ  କୃତି ଗୁଡିକ ଯୁବାବସ୍ଥାରେ ହିଁ ଅଧିକ :ଜିଲ୍ଲାପାଳ ।

0

 à¬ªà­ƒà¬¥à¬¿à¬¬à­€à¬°à­‡ ଶ୍ରେଷ୍ଠ  କୃତି ଗୁଡିକ ଯୁବାବସ୍ଥାରେ ହିଁ ଅଧିକ :ଜିଲ୍ଲାପାଳ ।

ଯାଜପୁର/ jayashankar dash : ପୃଥିବୀରେ ଶ୍ରେଷ୍ଠ   ସମ୍ପଦ ଭାବେ ଯୁବ ସମ୍ପଦକୁ  ବିବେଚନା କରାଯାଏ ।  ୧୬ ରୁ ୪୫ ବର୍ଷ ବୟସର ଏହି ଯୁବ ବର୍ଗ ଗୋଟିଏ ଦେଶର ଭାଗ୍ୟ ବଦଳାଇବାର କ୍ଷମତା ଓ ଦକ୍ଷତା ରଖିଥାନ୍ତି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ଦେଇଚ୍ଥନ୍ତି ।  ମଙ୍ଗଳବାର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଯାଜପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ   ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ  ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ସମାଜର ପ୍ରତୀକ  ଭାବେ ବିବେଚନା କରାଯାଏ ବୋଲି କହିଥିଲେ ।  ପ୍ରତ୍ୟେକ ଯୁବକଙ୍କ ମଧ୍ୟରେ କିଚ୍ଥିନା କିଚ୍ଥି ପ୍ରତିଭା ରହିଚ୍ଥି ।  ତେବେ ତାହାର ଊନ୍ମେଷ ବା ବିକାଶ ହେବା ଜରୁରୀ ।  ଜଣେ ଦକ୍ଷତା ସଂପନ୍ନ ବ୍ୟକ୍ତି  ଯେ କୈାଣସି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ  କରିପାରେ ।  ଯୁବ ବର୍ଗ ଊପରେ ଶ୍ରେଷ୍ଠ  କୃତିକୁ ପ୍ରତିପାଦିତ କରିଥାଏ ବୋଲି କହିବା ସହ ବିବିଧ ଊଦାହରଣ ମାଧ୍ୟମରେ ଯୁବ ବର୍ଗଙ୍କ ମନୋବଳ ବୃଦ୍ଧ ଓ ଦକ୍ଷତା ଅନୁଯାୟୀ ନିଜକୁ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଯୋଗଦେଇ ଯୁବ ସମାଜର ଦକ୍ଷତା ଓ ବିକାଶ ହିଁ ଯେ କୈାଣସି ରାଷ୍ଟ୍ର୍ରର ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ।  ତେଣୁ ଯାହାର ଯେଊଁ କ୍ଷେତ୍ରରେ ଆଗ୍ରହ ରହିଚ୍ଥି ସେହି ଅନୁସାରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା  କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସାହିତ୍ୟ ଅନୁଷ୍ଠାନ  ଗୋକର୍ଣ୍ଣିକାର ସଭାପତି ରମାକାନ୍ତ ଜେନା,ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଡା. ରୁଦ୍ର ନାରାୟଣ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଯୁବ ବର୍ଗଙ୍କର ଦକ୍ଷତା, ସମ୍ଭାବନା ଓ ନୂତନ  ସୃଷ୍ଟି ଊପରେ ଆଲୋକପାତ କରିଥିଲେ ।  ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଆକାଊଣ୍ଟାଣ୍ଟ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।  ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଧର୍ମଶାଳା ବ୍ଲକ  ଯୁବ ଅନୁଷ୍ଠାନ  ସୁକନ୍ୟାକୁ ମୁଖ୍ୟ ଅତିଥି ୨୫ ହଜାର ଟଂକା ସହ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ ।  ଏଥିରେ ବିଭିନ୍ନ ଅଂଚଳର ଯୁବ ବର୍ଗ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

Leave A Reply

Your email address will not be published.