ଘେଁସ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା 

0 2

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୩୨ ତମ କ୍ରୀଡା  ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରଣୀସେନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦଯାପନୀ ସଭାରେ ଡ.ପ୍ରଫୁଲ୍ଳ ପଣ୍ଡା, ଡ.ସୁବାଷ ମେହେର, ଆଇନଜୀବୀ  କୁଂଜ ବିହାରୀ ସାହୁ, ବିନୋଦ ବିହାରୀ ସାହୁ, ଅଶୋକ ବାରିକ, ପ୍ରେମରାଜ ସାହୁ, ଷଷ୍ଠୀ କୁମାର ବାରିକ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ  କ୍ରିଡା ମହୋତ୍ସବର ଆବଶ୍ୟକତା ଉପରେ ମତ ବ୍ୟକ୍ତ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ବାଳକ  ବିଭାଗରେ ରଜତ କୁମାର ମାଝୀ ଓ ବାଳିକ ବିଭାଗରେ ନମିତା ପଟେଲ ଚଂପିଆନ ଭାବେ ପୁରସ୍କୃତ ହୋଇଥିଲେ । ଖେଳ ସବୁକୁ ଖେଳ ଶିକ୍ଷକ ଚର୍ତୁଭୁଜ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.