31 ପର୍ଯ୍ୟନ୍ତ କଣ୍ଟ, ନହେଲେ ରାସ୍ତାକୁ ଓହ୍ଳାଇବେ ପାଇକମାଳ ସଚେତନ ନାଗରିକ
ବରଗଡ(Shasak Prashasak) :- ଆଗକୁ ଖରା ବଢିବ , ଗରମ ମଧ୍ୟ ପ୍ରବଳ ହେବ । ଲୋକଙ୍କର ଘରେ ପଙ୍ଖା , କୁଲର , ଏସିର ବ୍ୟବହାର ବଢିବା ସାଙ୍ଗରେ ବିଦ୍ୟୁତର ଚାହିଦା ମଧ୍ୟ ବୃଦ୍ଧି ପାଇବ | ଏହା ସହିତ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଂଚଳରେ ଅଘୋଷିତ ବିଜୁଳି କାଟ ସମସ୍ୟା ଅନୁଭୂତ ହୋଇପାରେ । ଆଗାମୀ ଦିନର ଏହି ସମସ୍ୟାକୁ ଆଖି ଆଗରେ ରଖି ଆଜି ଏକାଠି ହୋଇଥିଲେ ପାଇକମାଲର ସଚେତନ ନାଗରିକ| ଶ୍ରୀ ବିନୋଦ କାଲିଆଙ୍କର ଆହ୍ବାନରେ ଶ୍ରୀ ମନୋଜ କୁମାର ତ୍ରିବେଦୀଙ୍କର ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳାଠାରେ ପାଇକମାଲ ନାଗରିକ କମିଟିରର ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଅଂଚଳରେ ଅଘୋଷିତ ବିଦ୍ୟୁତ କାଟର ମୁଖ୍ୟ କାରଣ ହେଲା ପଦ୍ମପୁରରୁ ପାଇକମାଲକୁ ଆସିଥିବା 33kv ଲାଇନ । ବହୁ ପୁରୁଣା ଏହି ଲାଇନଟି ବଦଳାଇବା ପାଇଁ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବି ଉପରେ କାମ ଆରମ୍ଭ ହେଇଥିଲେ ହେଁ ପ୍ରାୟ ଦୁଇ ବର୍ଷ ହେଲା କାମ ସରି ପାରୁନାହିଁ | ଯାହାଫଳରେ ଅଂଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଏହି ବୈଠକରେ ନାଗରିକ କମିଟି ସିଧା ସିଧା ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଦେଇଛି ଯେ ଆସନ୍ତା 31 ତାରିଖ ସୁଦ୍ଧା ଯଦି ପଦ୍ମପୁର ପାଇକମାଲ 33kv ଲାଇନର କାମ ସମ୍ପୂର୍ଣ୍ଣ ନହୁଏ ତେବେ ଅଂଚଳ ବାସୀ କୋଣସି ମୁହୂର୍ତ୍ତରେ ଆନ୍ଦୋଳନ କବାକୁ ବାଧ୍ୟ ହେବେ ।
ଏହି ବୈଠକରେ ଶ୍ରୀ ବିଜୟ କୁମାର ରାଓ , ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ , ଶ୍ରୀ ଅନୀଲ କାଳିଆ , ଶ୍ରୀ ନୀଳମଣି ପଣ୍ଡା , ଶ୍ରୀ ମହେଶ ଅଗ୍ରୱାଲ , ଶ୍ରୀ ପ୍ରତୀକ ତ୍ରିବେଦୀ , ଶ୍ରୀ ଯୁଗଳ କିଶୋର ମେହେର, ଶ୍ରୀ ସୁମିତ ଅଗ୍ରୱାଲ , ଶ୍ରୀ ଶରତ ବଡ଼ପଣ୍ଡା, ଶ୍ରୀ ସୁରେଶ ଅଗ୍ରୱାଲ , ଶ୍ରୀ ସୁମିତ ଅଗ୍ରୱାଲ , ନନ୍ଦ କିଶୋର ଶ୍ରୀବାସ୍ତବ, ଅଧିବକ୍ତା ଶ୍ରୀ ରାଜକିଶୋର ସାହୁ , ମନୀଷ ଅଗ୍ରୱାଲ , ଶ୍ରୀ ବଳରାମ ସାହୁ , ଶ୍ରୀ ବଡ ସଥପଥୀ ଶ୍ରୀ ଦିଲୀପ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
31 ପର୍ଯ୍ୟନ୍ତ କଣ୍ଟ, ନହେଲେ ରାସ୍ତାକୁ ଓହ୍ଳାଇବେ ପାଇକମାଳ ସଚେତନ ନାଗରିକ