ଆଉ କିଭଳି ଦୁର୍ଦ୍ଦଶାରେ ରହିଲେ ଦୃଷ୍ଟି ପଡିବ ପ୍ରଶାସନର !!!!

0 2

ଦୁଇଟି ପରିବାର ଚାଲ ଘରେ ଦିନ କାଟୁଛନ୍ତି 

ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ ମନଭଙ୍ଗ(ନୂଆଗାଁ) ଗ୍ରାମର ରାମଚନ୍ଦ୍ର ସାହା ଓ ଅନ୍ୟଟି ଜଗନ୍ନାଥ ସାହା ଅତ୍ୟନ୍ତ  ଦୁଃଖରେ ଭାଙ୍ଗା ଚାଲ  ଘରେ କାଳ କାଟୁଛନ୍ତି। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରି ବିଜୁପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,  ମୋକୁଡିଆ ଘର ତଥା ଇନ୍ଦିରା ଆବାସ ଗରୀବ ହିତାଧିକାରୀଙ୍କୁ ଯୋଗାଇ ଦେଉଥିବା ବେଳେ ରାମଚନ୍ଦ୍ର ସାହା ଓ ଜଗନ୍ନାଥ ସାହା ପରିବାରଙ୍କୁ ସାତସପନ ହୋଇ ପଡିଛି।

 ସୂଚନା ଅନୁସାରେ ୨୦୦୮ ମସିହାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏହି ଦୁଇ ପରିବାରର ଘର ଭୁଷୁଡି ପଡିଥିବା ବେଳେ ପାଇକମାଲ ତହସିଲଦାର ତଦନ୍ତ କରି ପଲିଥିନ ପ୍ରଦାନ କରିଥିବାର ସୂଚନା ମିଳିଅଛି। ଘର ଖଣ୍ଡିଏ ପାଇବା ପାଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ଯାଇଥିଲେ ସୁଦ୍ଧା ଅଦ୍ୟାବଧି ଘର ଖଣ୍ଡିଏ ପାଇ ନାହାଁନ୍ତି। ଛେଲି ଗୁହାଲ ଝାଟିମାଟିର ଚାଳ ଘରେ ଦୁଃଖରେ ଦିନ କାଟୁଛନ୍ତି ଦୁଇ ପରିବାର। ପ୍ରକାଶ ଥାଉକି ରାମଚନ୍ଦ୍ର ସାହାଙ୍କ ୪ଟି ଝିଅ ସହ ପରିବାରରେ ୬ ପ୍ରାଣୀ କୁଟୁମ୍ବ  ଏବଂ ଜଗନ୍ନାଥ ସାହାଙ୍କ ପରିବାରରେ ସେମାନେ  ୨ଜଣ ବୃଦ୍ଧବୃଦ୍ଧା । ଏ ମାନେ ଅତ୍ୟନ୍ତ  ଗରୀବ ଶ୍ରେଣୀ ଲୋକ ଅଛନ୍ତି। ପ୍ରଶାସନ ଏ ମାନଙ୍କ ପ୍ରତି ନୀରବ ଦ୍ରଷ୍ଟା ସାଜିଛନ୍ତି । ତେଣୁ ଏହି ଗରୀବ ଦୁଇ ପରିବାରଙ୍କୁ ଘର ଯୋଗାଇ ଦେବା ପାଇଁ ସାଧାରଣ ଜନତାରେ ଦାବି ହୁଏ। ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାର ଏଇ ଦୁଇ ଅସହାୟ ପରିବାର ମୁଣ୍ଡ ଉପରେ ଛାତ ଖଣ୍ଡେ ଖଣ୍ଡେ ଦେବାପାଇଁ ଅନୁରୋଧ |

Leave A Reply

Your email address will not be published.