ଆକସେସିବୁଲ ଇଣ୍ଡିଆ କ୍ୟାମ୍ପେନ : ଓଡ଼ିଶାର ପଦକ୍ଷେପକୁ ଜାତୀୟ ସ୍ତରରେ ବାହାବା 

0 2

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ପୁଣି ଥରେ ଓଡ଼ିଶାର କାମକୁ ଜାତୀୟ ସ୍ତରରେ ମିଳିଛି ବାହାବା | ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରତ୍ୟେକ ସର୍ବସାଧାରଣ ସ୍ଥଳ ପ୍ରବେଶ ସୁଗମ କରିବା ପାଇଁ ଚାଲିଥିବା ଆକସେସିବୁଲ ଇଣ୍ଡିଆ କ୍ୟାମ୍ପେନ ଅନ୍ତର୍ଗତ ଉଲ୍ଲେଖନୀୟ କାମ ପାଇଁ ଓଡିଶା ଦେଶର  ଆଗଧାଡିର ରାଜ୍ୟମାନଙ୍କ  ତାଲିକାରେ ସ୍ଥାନ ପାଇଛି | ନୂଆଦିଲ୍ଲୀ ଥରେ ଅନୁଷ୍ଠିତ ସମସ୍ତ ରାଜ୍ୟ  ତଥା କେନ୍ଦ୍ର ଶାସିତ ଅଂଚଳର  ଭିନ୍ନକ୍ଷମ କମିଶନରମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ଅବସରରେ ବିଭିନ୍ନ ସର୍ବ ସାଧାରଣ ସ୍ଥଳରେ ଭିନ୍ନକ୍ଷମ ମାନଙ୍କ ଯାତାୟାତ ସୁଗମ କରିବା ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଛି | ଏହି ସମ୍ମିଳନୀରେ ଓଡିଶା ତରଫରୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ତାଙ୍କୁ  କେନ୍ଦ୍ର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଶକୁନ୍ତଳା ଡି ଗାମଲୀନ ସମ୍ବର୍ଦ୍ଧିତ କରିଥିଲେ | 

ସୂଚନାଯୋଗ୍ୟ ଯେ ଦେଶର ଭିନ୍ନକ୍ଷମ ସମୁଦାୟଙ୍କ କଲ୍ୟାଣ ଉଦ୍ଦେଶ୍ୟରେ  ଆକସେସିବୁଲ ଇଣ୍ଡିଆ କ୍ୟାମ୍ପେନ ବା ସୁଗମ୍ୟ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ମସିହା ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆରମ୍ଭ କରାଯାଇଥିଲା | ଭିନ୍ନକ୍ଷମ ମାନଙ୍କୁ ଅବହେଳିତ ଅନୁଭବ କରିବାର ସୁଯୋଗ ନଦେବା ପାଇଁ ବା ସମସ୍ତ ସର୍ବସାଧାରଣ ସ୍ଥଳରେ ସେମାନଙ୍କୁ ଅନ୍ୟମାନଙ୍କ ପରି ପ୍ରବେଶ ସୁଗମ କରାଇବା ବା ଅବାଧ ଆବାଗମନ ଭଳି  ଅଧିକାର ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଏଦିଗରେ କାର୍ଯ୍ୟ କରାଯାଉଛି | ଓଡ଼ିଶାର ଏ କ୍ଷେତ୍ରରେ ଉପଲବ୍ଧିକୁ ମଧ୍ୟ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି | 

Leave A Reply

Your email address will not be published.