ଯୁବପିଢ଼ି ନେତାଜୀଙ୍କ ଭଳି ସାହସୀ ହୁଅନ୍ତୁ: ଏସଡିପିଓ ସତ୍ୟବିକାଶ ଭୂୟାଁ

0 2

ବଡ଼ବିଲରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ବଡ଼ବିଲ (ଶାସକ ପ୍ରଶାସକ) ନେତାଜୀ ସୁବାଷ ବୋଷ ସ୍ମୃତି କମିଟି ତରଫରୁ ବଡ଼ବିଲରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବଡ଼ବିଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉତ୍ସବରେ ତହସିଲଦାର କ୍ଷୀରୋଦ କୁମାର ବେହେରା, ଏସଡିପିଓ ସତ୍ୟପ୍ରକାଶ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ ସମବେତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଯୁବପିଢ଼ି ନେତାଜୀଙ୍କ ଭଳି ସାହସୀ ହେବାକୁ ଆହ୍ୱାନ ଦେଇଥିଲେ। ତହସିଲଦାର କ୍ଷୀରୋଦ କୁମାର ବେହେରା ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ  ଜୀବନୀ ଉପରେ ଆଲୋକପାତ  କରିଥିଲେ। ସଭା ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା, ସଙ୍ଗୀତ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା। ଆଜିର ଏହି ଉତ୍ସବରେ ବିଜୟ ମହାନ୍ତ, ପ୍ରତାପ ଦାସ, ନିର୍ମଳ ପତି, ଇନ୍ଦ୍ର ପ୍ରସାଦ ଶର୍ମା, ମନୋଜ ପତି ରଞ୍ଜିତ ଚାଟାର୍ଜୀ, ଗିରିଧାରୀ ଲାଲ, ସୁନୀଲ ଦାସ, ନଳିନୀ ମହାନ୍ତ, ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.