ଏପଟେ କୃଷି ଓଡିଶା, ସେପଟେ ଚାଷୀ ଧାନ ବିକିବାକୁ ରାସ୍ତାରେ 

0 2

ପଦ୍ମପୁର- ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର କୃଷି ଓଡିଶା ପରି ଗୁରୁତ୍ୱପୂର୍ଣ କାରୁଆକ୍ରମ କରୁଛନ୍ତି | ହେଲେ ତଳ ସ୍ତରରେ ଅଧିକାରୀମାନଙ୍କ ତ୍ରୁଟି କାରଣରୁ ଧାନ ବିକିବାକୁ ଟୋକନରୁ ବଂଚିତ ହୋଇ ଚାଷୀ ରାସ୍ତା ଉପରେ ଶୀତକାକରରେ ବସି ରହିଛି | ଇଏ ବିଡମ୍ବନା ନୁହେଁ ତା ଆଉ କଣ !

ବରଗଡ଼  ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲଖମରା ଛକରେ ପ୍ରାୟ ୫୦୦୦ ବସ୍ତା ଧାନ ପକାଇ ରାସ୍ତା ରୋକ କରିଛନ୍ତି ଚାଷୀ । ଲଖମରା ସୋସାଇଟି ର ପାଖା ପାଖି ୩୦୮ ଜଣ ଚାଷୀଙ୍କ ଧାନ ବିକ୍ରି କାର୍ଡ ହେ।ଇନି । ଯେଉଁଥି ପାଇଁ ସେମାନ ଧାନ ବିକ୍ରି କରି ପାରିନାହାନ୍ତି । ସେମାନେ ଦୁଇଦିନ ପୂର୍ବରୁ ରାସ୍ତା ରୋକ କରିଥିଲେ । ପ୍ରତିଶୃତି ପାଇବା ପରେ ଗୋଟିଏ ପାଖ ରାସ୍ତା ଖୋଲା କରିଥିଲେ ଏବଂ ଯିବା ଆସିବା ସାମାନ୍ୟ ହୋଇଥିଲା । ହେଲେ ଆଜି ଯାଏ ତାଙ୍କର ଟୋକନର ବ୍ୟବସ୍ଥା କରାଯାଇ ନ ଥିବାରୁ ପୁଣି ସେମାନେ ପୁଣି ରାସ୍ତାରୋକ କରିଛନ୍ତି । ସେମାନଙ୍କୁ ପଦ୍ମପୁର ଉପ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ କେବଳ ସାନ୍ତ୍ବନା ଦେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜଣାଇଥିଲେ । ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ବାଧ୍ୟ ହୋଇ ସେମାନେ ଏହି ରାସ୍ତା ଆପଣାଇଛନ୍ତି । ତାଙ୍କର ଦାବି ପୂରଣ ନ ହେବାଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହିଛନ୍ତି । ପ୍ରକାଶ ଥାଉକି ଖବର ଲେଖା ହେବା ଯାଏଁ ଘଟଣା ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି। ବର୍ତ୍ତମାନ ଆନ୍ଦୋଳନ ସ୍ଥଳରେ କ୍ଷୀରସିନ୍ଧୁ ସାହୁ, ପ୍ରତାପ କୁମାର ପ୍ରଧାନ, ଗୌରାଙ୍ଗ ବେହେରା, ଯୁବରାଜ ସାହୁ, ଜୟରାମ ବିଶ୍ବାଳ, ବିକ୍ରମ ବେହେରା, ନିଲାମ୍ବର ବେହେରା, ଜିତୁ ସାହୁ, ଜଗତ ପ୍ରଧାନ, କର୍ମ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.