ବୋଡାସମ୍ବର କପ କ୍ରିକେଟ: ଶିକ୍ଷକ ଏକାଦଶ ବିଜୟୀ

0

ୟୁନିୟନ ସ୍ପୋଟିଙ୍ଗ କଟକ-ୟୁଥ କ୍ରିକେଟ କ୍କବ ରାଉରକେଲା ମଧ୍ୟରେ କାଲି  ଅଂତିମ ଲଢେଇ 

ପଦ୍ମପୁର(ଶାସକ ପ୍ରଶାସକ) : ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଶନିବାର ସପ୍ତମ  ଦିବସରେ ଅନୁଷ୍ଠିତ ହୋଇଥିଲା ।

ଆଜି ଭେଟେରାନ ବୋଡାସମ୍ବର ସ୍ପୋର୍ଟିଙ୍ଗ ଓ ଶିକ୍ଷକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଦର୍ଶନୀ ମ୍ଯାଚରେ ଶିକ୍ଷକ ଏକାଦଶ ବିଜୟୀ ହୋଇଥିଲା। ଭେଟେରାନ ବୋଡାସମ୍ବର ସ୍ପୋର୍ଟିଙ୍ଗ ଟସ ଜିତି ପ୍ରଥମେ ବ୍ୟାଟିଂ କରି ସୁଶାନ୍ତ ଧରୁଆଙ୍କ ୩୦ ରନ ସହାୟତା ରେ ୧୬ ଓଭର ରେ ୧୦୨ ରନ କରିଥିଲେ। ଶିକ୍ଷକ ଏକାଦଶ ର  ହିତେଶ ସାହୁ ଙ୍କ ୪୮ ରନ ସହାୟତା ରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ ଓ ୮ ୱିକେଟ ରେ ବିଜୟୀ ହୋଇଥିଲେ । ବୋଡାସମ୍ବର ସ୍ପୋର୍ଟିଙ୍ଗର ସଦସ୍ୟ  ବିକାଶ କୁମାର, ଦୀପକ ସାହୁ, ଟେନେସ ପଣ୍ଡା, ସରଜୁ ପଟ୍ଟନାୟକ ଅତିଥି ରୂପେ ଯୋଗଦେଇ ଶିକ୍ଷକ ଏକାଦଶର ୪୮ ରନ କରିଥିବା ହିତେଶ ସାହୁଙ୍କୁ ମ୍ଯାନ ଅଫ ଦି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ। ଚିନ୍କୟ ପାଣିଗ୍ରାହୀ ଓ ସୋମେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ଧରଣୀ ବାରିକ ଧାରା ବିବରଣୀ ପ୍ରଦାନ କରିଥିଲେ। ରବିବାର ଦିନ ୟୁନିୟନ ସ୍ପୋଟିଙ୍ଗ କଟକ ଓ ୟୁଥ କ୍ରିକେଟ କ୍କବ ରାଉରକେଲା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.