ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

0

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗାଇସିଲେଟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମାଁ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ପୂର୍ବକ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ।ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଉକ୍ତ ମହାବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ସଂପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ,ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ନାରାୟଣ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ସଂଙ୍ଗୀତ ପରିବେଷଣ ପରେ ଅଧ୍ୟାପକ ଡ.ଜୟକେତନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୂଖ୍ୟବକ୍ତା ଭାବରେ କଟାପାଲି ମହାବିଦ୍ୟାଳୟ ଅଧ୍ୟାପିକା ଡ.ଭଗବତୀ କର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୁଗୋପଯୋଗୀ ଆଦର୍ଶ ମଣିଷ ହେବାପାଇଁ ଆହ୍ବାନ କରିଥିଲେ।ଅତିଥି ମାନେ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଅଧ୍ୟାପକ ଜଗଦୀଶ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

Leave A Reply

Your email address will not be published.