ରୋଲ ଅବଜରଭରଙ୍କ ପଦ୍ମପୁର ଗ୍ରସ୍ତ 

0

ପଦ୍ମପୁର(ଶାସକ ପ୍ରଶାସକ): ନିର୍ବାଚନ କମିଶନଙ୍କ ଦ୍ୱାରା ବରଗଡ ଜିଲ୍ଲା ପାଇଁ ନିଯୁକ୍ତି ପ୍ରାପ୍ତ ରୋଲ ଅବଜରଭର ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବ ରାଜେନ୍ଦ୍ର ପ୍ରସାଦ ମୁଣ୍ଡ ଶୁକ୍ରବାର ପଦ୍ମପୁର ଗ୍ରସ୍ତରେ ଆସି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରତିକ୍ରିୟା ତଦାରଖ କରିବା ସହିତ ବିଭିନ୍ନ ବୁଥ ପରି ଦର୍ଶନ କରି ସମୀକ୍ଷା କରିଛନ୍ତି। ଭୋଟର ତାଲିକା ସଂଶୋଧନ ପ୍ରତିକ୍ରିୟା କୁ ତ୍ୱରାନ୍ୱିତ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସିମା ମଧ୍ୟରେ ସେ ଗୁଡ଼ିକ ରେ ଡିଜିଟାଇ ଜେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନାମ ପଞ୍ଜୀକରଣ, ସଂଶୋଧନ ଏବଂ ଭୋଟର ତାଲିକା ରୁ ବାଦ ଦେବା ପାଇଁ ସଂଗୃହୀତ ବିଭିନ୍ନ ଫର୍ମ ଗୁଡିକରେ ଡିଜିଟାଇଜେସନ୍ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ରୋଲ ଅବଜରଭରଙ୍କ ଏହି ସମୀକ୍ଷା ବୈଠକରେ  ପଦ୍ମପୁର ଉପ ଜିଲ୍ଲାପାଳ ତଥା ଇଆରଓ ତନ୍କୟ କୁମାର ଦରୱାନ, ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ, ରାଜ ବୋଡାସମ୍ବର ବିଡିଓ ତ୍ରିବିକ୍ରମ କୁମୁରା, ସହକାରୀ ଜିଲ୍ଲାପାଳ ଦୀପ୍ତିମୟୀ ଭୁଏ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବ୍କକର ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ସୁପରଭାଇଜର,ବିଏଲ ଓ ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.