ବୋଡାସମ୍ବର କପ କ୍ରିକେଟ: ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ସେମିରେ

0

ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଗୁରୁବାର ପଞ୍ଚମ  ଦିବସରେ ଅନୁଷ୍ଠିତ ହୋଇଥିଲା । ଗ୍ରୁପ ବି ର ଉଭୟ ଟି ୨୦ – ଟି ୧୦ ମ୍ଯାଚ ରେ ଜଲଗାଁଓ ୱାରିୟର ମହାରାଷ୍ଟ୍ର କୁ ପରାସ୍ତ କରି ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଦ୍ବିତୀୟ ଦଳ ଭାବରେ ସେମି ଫାଇନାଲକୁ ପ୍ରବେଶ କରିଛି। ଖୋର୍ଦ୍ଧା ଦଳ ପକ୍ଷରୁ ସନ୍ଦିପ ମୁଲିଆ ୧୦୦ ରନ, ସମୀର ମହାନ୍ତି ୬୬ ରନ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ପାମୋଳ ଦାଣ୍ତେଦର କର ୪୮ ରନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଓ ମହମ୍ମଦ ମବେଦ ଅତିଥି ରୂପେ ଯୋଗଦେଇ ଖୋର୍ଦ୍ଧା ଦଳର ଶତକ ହାସଲ କରିଥିବା ସନ୍ଦିପ ମୁଲିଆଙ୍କୁ ମ୍ଯାନ ଅଫଦି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ ।ଚୂଡାମଣି ପାଢ଼ୀ, ବିଶ୍ବଜିତ ଖମାରୀ ଖେଳ ପରିଚାଳନା କରିଥିବା ବେଳେ ସାଶ୍ୱତ ଦାସ ଓ ରୋହିଣୀ ପାଣ୍ତେ ଧାରାବିବରଣୀ ପ୍ରଦାନ କରିଥିଲେ । ଅମରେଶ ମିଶ୍ର ସ୍କୋରର ଦାୟିତ୍ବ ତୁଲାଇଥିଲେ। ସ୍ପୋର୍ଟିଙ୍ଗ ର ସଭାପତି ସୁନୀଲ କୁମାର ସାହୁ ସମେତ ସମସ୍ତ ସଭ୍ଯ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ଥିଲେ। ଶୁକ୍ରବାର ଗ୍ରପୁ ବି ର ସେମି ଫାଇନାଲ ଖୋର୍ଦ୍ଧା ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Leave A Reply

Your email address will not be published.