ପଦ୍ମପୁରରେ ମକର ସଂକ୍ରାନ୍ତି ଉପଲକ୍ଷେ ସୁନ୍ଦରାକାଣ୍ତ ପାରାୟଣ

0

ପଦ୍ମପୁର,(ଶାସକ ପ୍ରଶାସକ) ପଦ୍ମପୁର ହନୁମାନପଡା ଭଗବତ ମହିଳା ସଂଘ ତରଫରୁ ମକର ସଂକ୍ରାନ୍ତି ପାଳନ ହୋଇଥିଲା। ଏହି ଉପଲକ୍ଷେ ହନୁମାନପଡା ରେ ସୁନ୍ଦରାକାଣ୍ତ ପାରାୟଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଶଙ୍କର ସିଂହ ଓ ତାଙ୍କ ଧର୍ମପତ୍ନୀ ସୁଭ୍ରାଣୀ ସିଂହ କର୍ଭା ଭାବେ ବସିଥିଲେ ।  ଏଥିରେ ଗାୟିକା ସୁଭଦ୍ରା ପଣ୍ଡା ସୁମଧୁର କଣ୍ଠରେ ସୁନ୍ଦରାକାଣ୍ତ ଗାନ କରିଥିଲେ। ଏଥିରେ  ୫୦୦ ରୁ ଉର୍ଦ୍ଧ୍ବ ମାଁ ମାଉସୀ ମାନେ ଉପସ୍ଥିତ ହୋଇ ସୁନ୍ଦରାକାଣ୍ତ ରାମାୟଣ ଗୀତ ଗାନ ଶୁଣି ଥିଲେ। ଏହି କାର୍ଯ୍ୟକ୍ରମକୁ ପଦ୍ମପୁର ହନୁମାନପଡା ଭାଗବତ ମହିଲା ସଂଘର ସଦସ୍ଯ ଭାରତୀ ପଟ୍ଟନାୟକ, ମଞ୍ଜୁ ପାଢ଼ୀ, ଅମ୍ବିକା ନାଏକ, ସୁରେଖା ନାଏକ, ମୀନା କୁମାରୀ ସିଂହ, ଗୀତା ବହିଦାର, ନୁଆଁ ମିଶ୍ର, ଜ୍ଯୋତ୍ସ୍ନା ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.