ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମକର ମିଳନ

0

ପଦ୍ମପୁର(ଶାସକପ୍ରଶାସକ)- ପ୍ରତିବର୍ଷ ଭଳି ଚଳିତ ବର୍ଷରେ ବରଗଡ ଜିଲ୍ଲାର ପଦ୍ମପୁର ସ୍ଥିତ ରିକ୍ରିଏସନ୍ ସେଣ୍ଟର ଠାରେ ମହା ଆଡମ୍ବର ସହ ମକର ମିଳନ ଉତ୍ସବ ବୋଡାସମ୍ବର ସାହିତ୍ୟ ଓସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇ ଯାଇଛିା ଇତ୍ୟବସରରେ ଅନୁଷ୍ଠାନ ର ସଭାପତି ପଦ୍ମପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସଂଜୟ କୁମାର ବହିଦାର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଅଧ୍ୟାପକ ଡଃ ମାନଭଂଜନ ପ୍ରଧାନ,ମୁଖ୍ୟବକ୍ତା ଭାବରେ ଡଃ ପ୍ରମୋଦ କୁମାର ପାଢ଼ୀ ଯୋଗଦାନ କରି ଉପସ୍ଥିତ ଲେଖକ,କବି ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭେ ବୋଡସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାନ୍ତି ଏବଂ ଶ୍ରୀଯୁକ୍ତ ଦୁର୍ଗାଶୀଷ ପଟ୍ଟନାୟକ ଙ୍କ ସଂଯୋଜନାରେ ଏକ ସୁନ୍ଦର ପରିବେଷ ମଧ୍ୟ ରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ାଉକ୍ତ ଉତ୍ସବ ରେ ଓଡିଶା ର ପ୍ରଖ୍ୟାତ ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ କୁମାର ବହିଦାର ଙ୍କୁ ୨୦୨୦ବର୍ଷ ର ମକର ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ଶେଷ ରେ ଶ୍ରୀମାନ୍ ପୌଲସ୍ତ୍ୟ ସାହା ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.