ଓଡ଼ଗାଁ ଶ୍ରୀସତ୍ୟସାଇ ସେବା ସମିତିର ଆବାହକଙ୍କ ଶପଥ ଗ୍ରହଣ

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ରାଜ୍ୟ ଶ୍ରୀସତ୍ୟସାଇ ସେବା ସଂଗଠନ ସଭାପତି ନାରାୟଣ ସରଙ୍କ ଅନୁମୋଦନ କ୍ରମେ ନୟାଗଡ ଜିଲ୍ଲା ଓଡ଼ଗାଁ ଶ୍ରୀସତ୍ୟସାଇ ସେବା ସମିତିରେ ମଙ୍ଗଳବାର ସନ୍ଧ୍ୟାରେ ନୂତନ ଭାବେ ମନୋନୀତ ହୋଇଥିବା ଚନ୍ଦନ କୁମାର ପାତ୍ର ଆବହକ ଭାବରେ ଶପଥ ଗ୍ରହଣ କରିଥିଲେ । ଆବାହକଙ୍କ ଅନୁମୋଦନ କ୍ରମେ ପଦ୍ମ ଲୋଚନ ପ୍ରଧାନ ଓ ମମତା ସାହୁ (ମହିଳା)ସେବା ସଂଯୋଜକ, କୈଳାଶ ପାତ୍ର ଓ ଉଷାରାଣୀ ପଣ୍ଡା(ମହିଳା) ଆଧ୍ୟାତ୍ମିକ  ସଂଯୋଜକ, ଅରୁପ କୁମାର ପଟ୍ଟନାୟକ (ଯୁବ ସଂଗଠକ), ବିଜୟ ଲକ୍ଷ୍ମୀ ସାମଲ(ମହିଳା ଯୁବା ସଂଯୋଜିକ), ପ୍ରଦୀପ୍ତ କୁମାର ପତଙ୍ଗ(ପାଠଚକ୍ର ସଂଯୋଜକ), ଦିପ୍ତିରାଣୀ ସୁବୁଦ୍ଧି (ଶିକ୍ଷା ସଂଯୋଜିକା), ସନ୍ତୋଷ ପାତ୍ର, ଧିଲନ ପାତ୍ର, ଲୋକନାଥ ବେହେରା, ଗୌରାଙ୍ଗ ପୃଷ୍ଟି, ଅମରେନ୍ଦ୍ର ପାତ୍ର, ରାଜେଶ ପୃଷ୍ଟି, ଆକାଶ ମହାରଣା ଓ ନୟନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଶପଥ ପାଠ କରିବା ସହିତ ଆଗାମୀ ବର୍ଷରେ ନାରାୟଣ ସେବା, ମନ୍ଦିର ସେବା ଓ ସାମୁହିକ ସାମାଜିକ ସେବାକୁ ତ୍ୱରାନ୍ୱୀତ କରିବା ନିମନ୍ତେ ସହମତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକଶିକ୍ଷା ଓ ସେବା ସଂଗଠନ ସଭାପତି ଆଦର୍ଶ କୁମାର ପଟ୍ଟନାୟକଙ୍କ ସହିତ ବହୁ ପୁରୁଣା ଶ୍ରଦ୍ଧାଳୁ ଉପସ୍ଥିତ ରହି ନୂତନ କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବଂ ଶେଷରେ ସମସ୍ତ ସାଇପ୍ରେମୀ ମକର ପ୍ରସାଦ ସେବନ କରିଥିଲେ । 

      

Leave A Reply

Your email address will not be published.