ପଦ୍ମପୁର(ଶାସକ ପ୍ରଶାସକ): ଜାନୁଆରୀ ରେ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ର ଫଳାଫଳ ରେ ୧୧୪ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ପଦ୍ମପୁର ବ୍କକ ବରିହାପାଲି ଗ୍ରାମର ଅର୍ଜୁନ ମାଝୀଙ୍କୁ ନେଇ ଅଞ୍ଚଳରେ ବହୁ ଖୁସି ଏବଂ ଗର୍ବର ମହୋଲ ରହିଛି। ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଅର୍ଜୁନ ମାଝୀଙ୍କୁ ତାଙ୍କ ବରିହାପାଲି ଗ୍ରାମ ସ୍ଥିତ ବାସଭବନରେ ଭେଟିବା ସହ ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ରୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଦନା ଞାପନ କରିଥିଲେ। ଏହି ସମୟରେ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ମଣ୍ତଳ ସଭାପତି ନିରାକାର ବରିହା, ସରପଞ୍ଚ ଦଳୀୟ ନେତା ଡ ନାରାୟଣ ପୁରୋହିତ, ସତ୍ଯବାନ ପ୍ରଧାନ,ଦେବେନ୍ଦ୍ର ସାହୁ, ଲଳିତ ସାହୁ, ତରଣୀ ପ୍ରଧାନ, ଯୁବରାଜ ସାହୁ, କୈଳାସ ଦିଶୀ, ଯୁବନେତା କୁନାଲ ପାଣିଗ୍ରାହୀ,ସୁରେଶ ସାହୁ, ରାଜେନ୍ଦ୍ର ସାହୁ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.