ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଠାରେ ସରକାରଙ୍କ ପକ୍ଷରୁ କଳିଂଗିଆ ଗ୍ରାମ ପଂଚାୟତର ମାଲାଙ୍ଗସୁଗା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ ହେବା ନେଇ ସୂଚନା ମିଳିଛି I ଆବାସିକ ବିଦ୍ୟାଳୟ ତିଆରି ପାଇଁ ଆବଶ୍ୟକ ମୁତାବକ ଜମି ପ୍ରଶାସନ ପକ୍ଷରୁ ପ୍ରଦାନ ମଧ୍ୟ କରାଯାଇଛି I ଯାହାକୁ ନେଇ ଅଞ୍ଚଳ ବାସିଙ୍କ ମଧ୍ୟରେ ନୂଆ ଆଶା ଜାଗି ଉଠିଛି I ଏହି ଅଞ୍ଚଳର ଗରିବ ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଘଟଣା ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ଆବାସିକ ବିଦ୍ୟାଳୟ ତିଆରି ପାଇଁ ଆବଶ୍ୟକ ମୁତାବକ 10 ଏକର ଜମି ପ୍ରଦାନ କରାଯାଇ ଥିବା ତହସିଲଦାର ସୂଚନା ଦେଇଛନ୍ତି I ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ I ଏହି ବିଦ୍ୟାଳୟ ସ୍ଥାପନ ହେବା ଦ୍ୱାରା ଅଂଚଳର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇ ବେଶ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I ଉକ୍ତ ପଦକ୍ଷେପ ପାଇଁ ଅଞ୍ଚଳବାସୀ ସରକାର ଏବଂ ଜ଼ିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି I ଏହା ସହ ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ସମାଜସେବୀ ମହମ୍ମଦ ଜିଆଉଦ୍ଦିନ, ରମାକାନ୍ତ ମହାପାତ୍ର, ରୋହିତ କୁମାର ପ୍ରଧାନ, ନାଥନ ପ୍ରଧାନ, ଅନିଲ କୁମାର ଦିଗାଳ ପ୍ରମୁଖ ଏହି ମହାନ କାମ ପାଇ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ବିଦ୍ୟାଳୟ ଗୃହ ନିର୍ମାଣକାମ ସାରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.