ପ୍ରସିଦ୍ଧ ଚିକିତ୍ସକ ଏବଂ ସମାଜସେବୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶୋକ

0

ପାଟନା: ବିଶିଷ୍ଟ ସମାଜବାଦୀ ନେତା ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ଧର୍ମପତ୍ନୀ  ତଥା ପ୍ରସିଦ୍ଧ ଚିକିତ୍ସକ ଏବଂ ସମାଜସେବୀ ସରସ୍ୱତୀ ସ୍ୱାଇଁଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଗଭୀର ଶୋକ ଓ ସମବେଦନା ବ୍ୟକ୍ତ କରିଛନ୍ତିା

ତାଙ୍କର ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର କହିଛନ୍ତି ଯେ, ସରସ୍ୱତୀ ସ୍ୱାଇଁ ଡାକ୍ତର ରାମମନୋହର ଲୋହିଆଙ୍କର ଅନୁଗାମୀ ଥିଲୋ ସେ ଲୋକନାୟକ ଜୟପ୍ରକାଶ ନାରାୟଣ, ସ୍ୱର୍ଗତ କର୍ପୁରୀ ଠାକୁର ଏବଂ ସ୍ୱର୍ଗତ ମଧୁ ଲିମୟେଙ୍କ ବିଚାରରେ ବହୁଭାବେ ପ୍ରଭାବିତ ହୋଇଥିଲୋ ସାମାଜବାଦୀ ଆଦର୍ଶର ବିଭିନ୍ନ ଦିଗକୁ ମଜବୁତ କରିବାରେ ସ୍ୱର୍ଗତା ସ୍ୱାଇଁଙ୍କର ବଳିଷ୍ଠ ଯୋଗଦାନ ରହିଥିଲା |  ତାଙ୍କ ସହ ମୋର ବେଶ ଆତ୍ମୀୟତା ଥିଲା | ତାଙ୍କ ପରଲୋକରେ ସମାଜବାଦ କ୍ଷେତ୍ର ସହିତ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅପୂରଣୀୟ କ୍ଷତି ଘଟିଛି ବୋଲି ସେ କହିଛନ୍ତିା

ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର ଦିବଂଗତ ଆତ୍ମାର ଶାନ୍ତି ଏବଂ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରିବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତିା 

Leave A Reply

Your email address will not be published.