ପଦ୍ମପୁର/ ଶାସକ ପ୍ରଶାସକ :- ଗନ୍ଧମାର୍ଦନ ପାଦ ଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ଅନ୍ୟତମ ମୁଖ୍ୟ ପୀଠ ଭାବେ ପରିଗଣିତ ଗୁପ୍ତେଶ୍ୱର ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ମକର ମିଳନ ଉତ୍ସବ ପାଳିତ ହୋଇଯାଇଛି। ଗୁପ୍ତେଶ୍ୱର ପୀଠ ସଭାପତି ଅନନ୍ତ ଧାରୁଆ ଓ ବିକ୍ରମ ସରାଫ ଙ୍କ ତତ୍ତ୍ଵାବଧାନରେ ଆଜି ଏ ଅବସରରେ ଗୁପ୍ତେଶ୍ୱର ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ପୂଜା କର୍ତ୍ତା ରୂପେ ନବୀନ ସାହୁ ଓ ନିରାକାର ସାହୁ ତୁଲାଇ ଥିବା ବେଳେ ପଣ୍ଡିତ ପ୍ରିୟବ୍ରତ ହୋମ କାର୍ଯ୍ୟ ସମ୍ପାଦନା କରିଥିଲେ।ମନ୍ଦିର ପୂଜକ ପ୍ରଦୀପ ମଲ୍ଲିକ ଗୁପ୍ତେଶ୍ୱର ପୀଠର ମହାପ୍ରଭୁ ଦେବ୍ ଦେବ୍ ମହାଦେବ ଙ୍କ ଠାରେ ଯଥାରୀତି ନୀତି ରେ ପୂଜାର୍ଚ୍ଚନା କରିଥିଲେ । ଏ ଉପଲକ୍ଷେ ଏକ ମକର ମିଳନ ସଭା ଅନୁଷ୍ଠିତ ହୋଇ ଥିଲା। ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଦୂ ସାମ୍ବାଦିକ ଶ୍ରୀ ଧୀରେନ୍ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାମ୍ବାଦିକ କୁଞ୍ଜ ବିହାରି ସାହୁ ପରିଚାଳନା କରିଥିଲେ। ଅନ୍ୟତମ ବରିଷ୍ଠ ଅତିଥି ଭାବେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦିଲ୍ଲୀପ ବେହେରା ,ସାମ୍ବାଦିକ ନିରୋଜ ପାଣି, ବୁଲୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ମକର ମିଳନ ରେ ଡୋଳା ମଣି ସାହୁ, କାର୍ତ୍ତିକ ଭୋଏ, ପିଣ୍ଟୁ ସାହୁ,ଉତ୍ତମ ସାହୁ,ପଲ୍ଲବ ସାହୁ, ଶିବପ୍ରସାଦ ନେଗୀ,ଜୟନ୍ତ ସାହୁ,ହେମଲତା କର୍ଶେଲ,ଯଶବନ୍ତି କମାତି,ସୁକାନ୍ତି ମଲ୍ଲିକ,ଅଭି ନେଟି,ଅହଲ୍ୟା ରାଉତ ପ୍ରମୁଖ ଯୋଗ ଦେଇ ଥିଲେ। ପୀଠ ବିକାଶ ପାଇଁ ସମସ୍ତ ଙ୍କ ସହଯୋଗ ନିମନ୍ତେ ଗୁପ୍ତେଶ୍ୱର ମନ୍ଦିର ପୀଠ ତରଫରୁ ନିବେଦନ କରାଯାଇ ଥିଲା । ଶେଷରେ ପଣ୍ଡିତ ପ୍ରିୟବ୍ରତ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.