ପଦ୍ମପୁର(Shasak Prashasak ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ତୃତୀୟ ଦିବସରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ଖେଳ ରେ ଉଭୟଟି ୨୦ ଓଟି ୧୦ ରେ ରାଞ୍ଚିସେଲକୁ ପରାସ୍ତ କରି ୟୁନିୟନ ସ୍ପୋଟିଙ୍ଗ କଟକ ଫାଇନାଲ ରେ ପ୍ରବେଶ କରିଛି। ୟୁନିୟନ ସ୍ପୋଟିଙ୍ଗ ପକ୍ଷରୁ ଏମ ଡି ଆକ୍ରମ ୬୯ ରନ, ଜ୍ଯୋତି ୬୯ ରନ ସଂଗ୍ରହ କରିଥିଲେ। ସେହିପରି ସେଲ ରାଞ୍ଚି ପକ୍ଷରୁ ସୁରଜ ଯାଦବ ୩୧ ରନ, ଧର୍ମେନ୍ଦ୍ର ୧୮ ରନ ସଂଗ୍ରହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ପ୍ରଫେସର କୃଷ୍ଣ ମୋହନ ପଣ୍ଡା ଯୋଗଦେଇ ୟୁନିୟନ ସ୍ପୋଟିଙ୍ଗ ର ଜ୍ଯୋତି ରଞ୍ଜନ ଦଳାଇଙ୍କୁ ମ୍ଯାଚ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବଳରାମ ପଟ୍ଟନାୟକ,ଚୂଡାମଣି ପାଢ଼ୀ ଖେଳ ପରିଚାଳନା କରିଥିବା ବେଳେ ଧରଣୀ ବାରିକ, ଖିତେଶ ନାଏକ ଧାରା ବିବରଣୀ ପ୍ରଦାନ କରିଥିଲେ। ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ବୁଧବାର ଦିନ ଗ୍ରୁପ ବି ର ପ୍ରଥମ ମ୍ଯାଚ ବୋଡାସମ୍ବର ସ୍ପୋର୍ଟିଙ୍ଗ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।
Sign in
Sign in
Recover your password.
A password will be e-mailed to you.