ପର୍ଯ୍ୟଟନର ବିକାଶ ପାଇଁ ଭଞ୍ଜସେନା ପକ୍ଷରୁ ଏସ.ଟି.ଆର.ଓ ପର୍ଯ୍ୟଟନ ଅଫିସ ଘେରାଓ

0

ବାରିପଦା (ଦିଲ୍ଲୀପ ମହାନ୍ତି  )- ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟରେ ଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଷିଆ ବ୍ୟାଘ୍ର ପ୍ରକଳ୍ପକୁ ରାତି ଅଧିଆ ସ୍ଥାନାନ୍ତରିତ କରାଯାଇଥିଲା ।  ବର୍ତ୍ତମାନ ସାତକୋଶିଆ ପ୍ରକଲ୍ପ ବନ୍ଦ ହେବା ପରେ ମଧ୍ୟ ଶିମିଳିପାଳର ପୋଷା ହାତୀ ଦୁଇଟିକୁ ମୟୂରଭଞ୍ଜ ଫେରାଇ ଅଣାଯିବା ପାଇଁ ପ୍ରଶାସନିକ ତତ୍ପରତା  ପ୍ରକାଶ ପାଉନଥିବା ସହ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବର୍ତ୍ତମାନ ଭୁବନେଶ୍ୱରରେ ରହି କାର୍ଯ୍ୟକରୁଥିବା ବେଳେ ବାରିପଦାରୁ ଦରମା ନେଇଆସୁଛନ୍ତି । ଫଳରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ମୟୂରଭଞ୍ଜ ପର୍ଯ୍ୟଟନ ଅଧିକାରୀର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡ଼ୁଥିବାରୁ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତିି କରାଯିବା ଏବଂ ଶିମିଳିପାଳ କୋର ଏରିଆର ଚାରିପାଖରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ବିକାଶ କରାଯାଇ ନିଯୁକ୍ତି ସୃଷ୍ଟି କରାଯିବା ଆଦି ବିଭିନ୍ନ ଦାବୀ ନେଇ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଲ୍ପ କ୍ଷେତ୍ର ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ତେବେ ଘଟଣା ସ୍ଥଳରେ ବ୍ୟାଘ୍ର ପ୍ରକଲ୍ପର ଉପ କ୍ଷେତ୍ର ନିଦେ୍ର୍ଧଶକ ଯଜ୍ଞଦତ୍ତ ପତି ପହଁଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ସାତକୋଶିଆରୁ ସୁନ୍ଦରୀ ବାଘୁଣୀକୁ ମଧ୍ୟପ୍ରଦେଶ ସରକାରକୁ ହସ୍ତାନ୍ତର କରାଯିବା ପରେ ପୋଷା ହାତୀ ମହେନ୍ଦ୍ର  ଏବଂ ରାଜକୁମାରକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଅବରୋଧ ହଟିଥିଲା । ଯଦି ଆସନ୍ତା ୭ ଦିନ ମଧ୍ୟରେ ପ୍ରତିଶ୍ରୁତି ରକ୍ଷା କରିବାରେ ବିଭାଗ ବିଫଳ ହୁଅନ୍ତି ତେବେ ଭଞ୍ଜସେନା  ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ । ଏହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ବିଭାଗ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ ବୋଲି ସେନା ପକ୍ଷରୁ ଚେତାବନୀ ଶୁଣାଇ ଦିଆଯାଇଥିଲା ।  ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତି, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ , ସାଧାରଣ ସମ୍ପାଦକ ମାନସ ବେହେରା, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଉପସଭାପତି ସେକ ରାଜା ଖାନ, ଯୁବନେତା ବିରେନ୍ଦ୍ର ନାଥ , ଦେବାଶିଷ ଦାସ, ଛାତ୍ର ନେତା ରବିନ୍ଦ୍ର ସାହୁ, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ ମାହାର୍ଣ୍ଣା, ଦୀପକ ସିଂ, ଆଲୋକ ବେହେରା, ରଞ୍ଜନ ସିଂ, ବିକାଶ ସିଂ, ଅମରେଶ ସିଂ, ଆଶିଷ ମଙ୍ଗରାଜ, ସୂର୍ଯ୍ୟକାନ୍ତ ଦାସ, ସତ୍ୟରଞ୍ଜନ ନାଏକ, ମୃଣାଳ ଘୋଷ, ସାଜନ ଗିରି, ସନୋଜ ମହାପାତ୍ର, ସୌମ୍ୟରଞ୍ଜନ ଦାସବାବୁ, ଶମ୍ଭୁନାଥ ରଣା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ବହୁ ଯୁବଛାତ୍ର କର୍ମୀ ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.