ଯାଜପୁର/jayshankar dash :ଲୋକକଳାର ମୃତ୍ୟୁ ନାହିଁ କିମ୍ୱା କଳାକାର କେବେ ହାରେ ନାହିଁ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଉଜ୍ଜାପିତ ହୋଇଯାଇଚ୍ଥି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ପାରମ୍ପରିକ ଲୋକକଳା ଆମ ସଂସ୍କୃତିର ଏକ ଊଚ୍ଚ ସୋପାନ । ବହୁ ପ୍ରାଚୀନ କାଳରୁ ଏହି କଳା ଆମ ଜାତିର, ପ୍ରଗତିର ଗାଥାକୁ ବହନ କରୁଚ୍ଥି । ସଂପ୍ରତ୍ତି ଲୋକକଳା ଅନ୍ୟାନ୍ୟ ବିଦେଶୀ କଳା ପ୍ରଭାବରେ ପ୍ରଭାବିତ ହେଊଚ୍ଥି । ତେବେ ଏହାକୁ ସମସ୍ତଙ୍କ ଉଦ୍ୟମରେ ପୁନରୁଜୀବିତ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଲୋକକଳା ଆମ ସଂସ୍କୃତିର ଆତ୍ମା ସଦୃଶ । ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ କେବଳ କଳାକାର ନୁହେଁ ଆମେ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ଯାଜପୁର ଜିଲ୍ଲାର ମହନୀୟ ଲୋକକଳା, ସଂସ୍କୃତି ଓ ତାହାର ସମୃଦ୍ଧି ପାଇଁ ଅଙ୍ଗିକାରବଦ୍ଧ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ, ଲୋକକଳା ଆୟୋଜନର ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ୨ ଦିନିଆ ଏହି କାର୍ଯ୍ୟକ୍ରମରେ ୩୦ ଟି ଦଳ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଅନୁସ୍ଥିତ ହୋଇଥିଲା । ଅତିଥି ମାନେ ଏଥିରେ ପ୍ରଥମ ହୋଇଥିବା ରସୁଲପୁର ନଗୁଆଁର ଜଗନ୍ନାଥ ଲଉଡି ନୃତ୍ୟ ଦଳ, ଦ୍ୱିତୀୟ ହୋଇଥିବା ଧର୍ମଶାଳା ବ୍ଲକର ମା ସିଦ୍ଧ ବାସୁଳେଇ ଘୋଡାନାଚ ଦଳ ଓ ତୃତୀୟ ହୋଇଥିବା ଦାନଗଦୀ ବ୍ଳକର ରାଣୀପଡା ପାଲା ଦଳଙ୍କୁ ଓ ଅନ୍ୟ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବିଭିନ୍ନ ବ୍ଲକର ସାଂସ୍କୃତିକ ଦଳଙ୍କୁ ଟ୍ରପିଂ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ । ବିଚାରପତି ଭାବେ ଯୋଗ ଦେଇଥିବା ଧାମନଗରର ସୁବାଷ ଚନ୍ଦ୍ର ମଲ୍ଲିକ, କଟକର ଜ୍ଞାନ ରଂଜନ କାନୁନଗୋ ଓ ଗୁରୁ ଚରଣ ଷଡଙ୍ଗୀଙ୍କୁ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି ୧୦ ଟି ଯାକ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସ୍ତରର ଶ୍ରେଷ୍ଠ ଦଳ ଭାବେ ରସୁଲପୁର ବ୍ଲକ ନଗୁଆଁର ଜଗନ୍ନାଥ ଲଊଡି ନୃତ୍ୟ ଦଳ ରାଜ୍ୟସ୍ତର ଲୋକକଳା ମହୋସôବରେ ଯୋଗ ଦେବାପାଇଁ ଯୋଗ୍ୟତା ଅର୍ଜନ କରିଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସଂସ୍କୃତି ପ୍ରେମୀ ଓ ବିଭିନ୍ନ ବ୍ଲକର କଳାକାରମାନେ ଯୋଗ ଦେଇଥିଲେ ।
