Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର : ଜାତିର ଜନକ ମହାତ୍ମାଗାନ୍ଧୀ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ ପ୍ରତ୍ୟୁଷରେ । ଏହି ପ୍ରଥମ ଗସ୍ତରେ ତାଙ୍କ ସହ ଥିଲେ ପତ୍ନୀ କସ୍ତୁରବା, ପୁତ୍ର ଦେବଦାସ ଓ ସେ ସମୟର ଅନ୍ୟତମ ନେତା ରାଜେନ୍ଦ୍ର ପ୍ରସାଦ । ଓଡ଼ିଶାରେ ତାଙ୍କର ଏହି ପ୍ରଥମ ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।