ପଦ୍ମପୁର ଯୁବ ବ୍ୟବସାୟୀ ରାଜୁ ପାୱାରଙ୍କ ପରଲୋକ 

0

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସହରର  ଯୁବ ବ୍ୟବସାୟୀ  ତଥା ଆଲିସାନ ମୋର୍ଟସ ସୋରୁମ, ଓମଫେଡ୍ ପାର୍ଲର ମାଲିକ ରାଜୁ ପାୱାର( ୫୦)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ପଛର ତାଙ୍କର ଅଜା କୁଞ୍ଜବିହାରୀ ପାୱାର, ବାପା ସଂଗ୍ରାମ କେଶରୀ ପାୱାର, ମାଆ କୌଶଳା ପାୱାର, ପତ୍ନୀ ରିନା ପାୱାର, ଝିଅ ଦୁଇ ଆଲିସା, ଅମିସା, ପୁତ୍ର ଆଶୁତୋଷ ପାୱାରଙ୍କୁ ଛାଡି ଚାଲି ଯାଇଛନ୍ତି। ସେ ଜଣେ ମେଳାପି ବ୍ୟକ୍ତି  ଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ରାଜୁ ପାୱାରଙ୍କ  ଶବଧାରରେ ପଦ୍ମପୁର ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବ ସହ  ତଥା ହଜାର ହଜାର ନରନାରୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ପୁତ୍ର ଆଶୁତୋଷ ପାୱାର ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.