ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଠାରେ ଥିବା ଅସ୍ଥାୟୀ ମଣ୍ଡିରେ ପ୍ରାୟ ତିନିଶହ ପ୍ଳାଷ୍ଟିକ ଧାନବସ୍ତା ଓ ବର୍ଷାରୁ ରକ୍ଷା ପାଇଁ ଢ଼ଙ୍କା ଯାଇଥିବା ପାଳ ତରଲି ଯାଇଛି ଏବଂ କିଛି ପରିମାଣରେ ଧାନ ପୋଡି ଯାଇଛି । ସୂଚନା ଅନୁସାରେ ମଣ୍ଡିକୁ ରାତିରେ ଆଲୋକିତ କରିବା ପାଇଁ ବ୍ୟବହାର କରାଯାଉଥିବା ହାଲୋଜେନ ଲାଇଟର ଉତ୍ତାପରୁ ପ୍ଳାଷ୍ଟିକ ବସ୍ତା ଓ ପାଲ ତରଳି ଯାଇଥିବା ଅନୁମାନ କରାଯାଉଛି । ଆଜି ସକାଳୁ ଚାଷୀ ମାନେ ନିଜ ଧାନକୁ ଦେଖିବାକୁ ଆସିଥିଲେ ଏବଂ ଏପରି ଅଭାବନୀୟ ଦୄଶ୍ୟ ଦେଖିବାକୁ ପାଇଥିଲେ । ସେମାନେ ନିଜ ଉଦ୍ୟମରେ ନିଆଁ ଲିଭାଇଥିଲେ । ମେଘୁଆ ପାଗ ଓ ଝିପିଝିପି ବର୍ଷା ଯୋଗୁଁ ଏକ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଥିଲା ଏହି ମଣ୍ଡି । ହଜାର ହଜାର ବସ୍ତା ପଡିରହିଥିବା ଏହି ମଣ୍ଡିରେ ଜଗୁଆଳି ଥାଇ ମଧ୍ୟ କିପରି ତିନିଶହ ବସ୍ତା ନଷ୍ଟ ହେଲା ତାହା ପ୍ରଶନବାଚୀ । ଚାଷୀର ଧାନ ମଣ୍ଡିକୁ ଆସିଲା ପରେ ମଣ୍ଡିରେ ଧାନକୁ ସୁରକ୍ଷା ସହକାରେ ରଖିବା ତଥା ବିକ୍ରି କରିବା ପାଇଁ ସରକାର ବିଭିନ୍ନ ସଂସ୍ଥା ମାନଙ୍କୁ ନିୟୋଜିତ କରିଛନ୍ତି ହେଲେ ତାଙ୍କର ଖାମଖିଆଲି ନିତି ଯୋଗୁଁ ଏପରି ଦୁର୍ଘଟଣା ଘଟୁଛି ଯାହାକି ଚାଷୀ କ୍ଷତିର ଶୀକାର ହେଉଛି । ଏହି ଘଟଣା ଘଟିବା ପରେ ମଧ୍ୟ କୌଣସି ସରକାରୀ ବାବୁ ସହଯୋଗ କରିନାହାଁନ୍ତି । ଆଜି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ବ ପୌସପୂର୍ଣ୍ଣିମା ହୋଇଥିଲେ ମଧ୍ୟ ଚାଷୀ ନିଜ ଧାନକୁ ଅନ୍ୟ ବସ୍ତା ଗୁଡିକରେ ଭର୍ତ୍ତି କରିବାରେ ଲାଗିପଡିଛନ୍ତି ଏବଂ ନିଜ ଅମଲ ଶସ୍ୟକୁ ସୁରକ୍ଷିତ କରୁଛି ।
Sign in
Sign in
Recover your password.
A password will be e-mailed to you.