ମାଡିଆସୁଛି ଗ୍ରୀଷ୍ମ ଋତୁ  : ପଦ୍ମପୁର ସହରରେ ସବୁଆଡେ ଦେଖାଦେବ ଜଳାଭାବ 

0

 ମାଡିଆସୁଛି ଗ୍ରୀଷ୍ମ ଋତୁ  : ପଦ୍ମପୁର ସହରରେ ସବୁଆଡେ ଦେଖାଦେବ ଜଳାଭାବ 

ପଦ୍ମପୁର/ Nila Deep : ମାଡିଆସୁଛି ଗ୍ରୀଷ୍ମ ଋତୁ , ସବୁଆଡେ ଦେଖାଦେବ ଜଳାଭାବ । ମୁଖ୍ୟତଃ ସହରାଞ୍ଚଳରେ ଅଧିକ ଜନସଂଖ୍ୟା ହେତୁ ପାଣିର ଅଧିକ ପରିମାଣରେ ବ୍ୟବହାର ହୋଇଥାଏ । ପଦ୍ମପୁର ସହରରେ ଆଗରୁ ଜଳାଭାବ ଦେଖାଦେଇଛି। ଏହାର ସମାଧାନ ପାଇଁ ପଦ୍ମପୁର ସହରର ଜନସାଧାରଣ ଗରା ବାଲଟି ମାଠିଆ ଧରି ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି । ପଦ୍ମପୁର ସହରର ଶାସ୍ତ୍ରୀ ଛକଠାରେ ବିଗତ ତିନି ମାସ ହେବ ପିଇବା ପାଣି ପାଇପ ଫାଟି ଯାଇଛି । ଯାହାଦ୍ୱାରା ପାଣିର ଅବକ୍ଷୟ ହେଉଛି । ଘଣ୍ଟା ଘଣ୍ଟା ଧରି ପାଣି ରାସ୍ତା ଉପରେ ଜାମ ହେଇ ରହିଛି  । ଯଦ୍ବାରା ଯାତାୟତରେ ମଧ୍ୟ ବାଧା ଉପୁଜୁଛି  ଏବଂ ପାଣି ରାସ୍ତା କଡ଼ରେ ଥିବା ନର୍ଦମା ରେ ମୁଶୁଛି ।

21-03-padampur-2.jpg - 171.30 kBଏହା ଦ୍ବାରା ଲୋକମାନେ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି ।ଲୋକଙ୍କ କହିବା ଅନୁସାରେ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଲେ ମଧ୍ୟ ତିନି ମାସ ବିତିଗଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ ।ତେଣୁ ଗ୍ରୀଷ୍ମ ଋତୁ ମାଡି ଆସୁଥିବାରୁ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ଦାବୀ ହୁଏ ।

21-03-18-padampur1.jpg - 136.82 kB

Leave A Reply

Your email address will not be published.