୧୭,୮୩୩ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ , ସୃଷ୍ଟି ହେବ ୬,୫୩୯ ନିଯୁକ୍ତି ସୁଯୋଗ 

0 1

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ଆଉ ତିନୋଟି ପ୍ରକଳ୍ପରେ ୧୭,୮୩୩ କୋଟି ତାଙ୍କ ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ଲୋକ ସେବା ଭବନଠାରେ ଅନୁଷ୍ଠିତ ୨୧ତମ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରୀ କମିଟି ବୈଠକରେ ଅନୁମୋଦନ ମିଳିଛି | ଏହି ତିନୋଟି ପ୍ରକଳ୍ପ କାର୍ୟକାରି ହେଲେ ଓଡିଶାରେ ୬୫୩୯ ନିଯୁକ୍ତି ସୃଷ୍ଟି ହେବ ବୋଲି ବୈଠକ ଶେଷରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି | 

ଆଜି ମଂଜୁର ପାଇଥିବା ପ୍ରକଳ୍ପ ପ୍ରସ୍ତାବ ଗୁଡିକ ମଧ୍ୟରେ ପ୍ରଥମ ପ୍ରସ୍ତାବଟି ହେଲା  ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ରାୟଗଡା ଜିଲ୍ଲାରେ  ହିଣ୍ଡାଲକୋର ୨ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ  । ହିଣ୍ଡାଲକୋର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪୨୫୦ ଜଣଙ୍କୁ ନିଯୁକ୍ତି  ମିଳିବ ।  ରୁଙ୍ଗଟା ମାଇନ୍ସ ଲିମିଟେଡ଼  ସୁନ୍ଦରଗଡ ଜିଲ୍ଲାରେ  ତାହାର ୦ .୨୭  ନିୟୁତ ଟନ ଇନଟିଗ୍ରେଟେଡ଼  ଇସ୍ପାତ ପ୍ରକଳ୍ପର କ୍ଷମତା ୦.୯ନିୟୁତ ଟନକୁ ବୃଦ୍ଧି କରିବା ପାଇଁ  ପ୍ରାୟ ୨,୧୩୫  କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ କମିଟି ମଞ୍ଜୁରୀ ଦେଇଛି | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨,୨୮୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ  ମିଶ୍ର  ସୂଚନା ଦେଇଛନ୍ତି । 

Leave A Reply

Your email address will not be published.