ନୃସିଂହ ଚତୁର୍ଦ୍ଦଶୀ ଓ ପୌଷ ପୂର୍ଣ୍ଣିମା କୁ ସରକାରୀ ଛୁଟି ଘୋଷଣା

0 1

ବରଗଡ :- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ଵ ପୌଷ ପୂର୍ଣ୍ଣିମା ।ଆସନ୍ତା 10 ତାରିଖ ଏହା ପୁରା ପଶ୍ଚିମ ଓଡ଼ିଶାରେ ପାଳନ କରାଯିବ । ଏହି ଉପଲକ୍ଷେ ସମ୍ବଲପୁର ରାଜସ୍ଵ କମିଶନ ଏହି ଦିନଟିକୁ ବରଗଡ ସବ୍ଡିବିଜନ ପାଇଁ ଆଞ୍ଚଳିକ ଛୁଟି ଭାବରେ ଘୋଷଣା କରିଛନ୍ତି । 

 ସେହିଭଳି ଆସନ୍ତା ମେ ମାସ ପ୍ରଥମ ସପ୍ତାହ ରୁ ବରଗଡ଼ ଜିଲ୍ଲାର ପବିତ୍ର ପୁଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ଠାରେ ମହାପ୍ରଭୁଙ୍କ ଙ୍କର ପବିତ୍ର ବୈଶାଖ ମେଳା ହେବ। ଏହି ବୈଶାଖ ମେଳାରେ ଓଡ଼ିଶାର ତଥା ରାଜ୍ୟ ବାହାରୁ  ତୀର୍ଥଯାତ୍ରୀ ତଥା ପର୍ଯଟକ ମାନଙ୍କୁ ଆକୃଷ୍ଟ କରିଥାଏ । ଆସନ୍ତା 6 ମେ ରେ ମହାପ୍ରଭୁଙ୍କ ପଵିତ୍ର ଜନ୍ମ ଦିନ ଉପଲକ୍ଷେ ଏହି ଦିନଟିକୁ ପଦ୍ମପୁର ଉପଖଣ୍ଡ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ  ଶ୍ରୀ ଶ୍ରୀ ନୃସିଂହନାଥ ପରିଚାଳନା କମିଟି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ସ୍ଥାନୀୟ ସାମ୍ବାଦିକ ଶ୍ରୀ ବଡ ସତପଥୀ , ଶ୍ରୀ ସୁରଥ ସାହୁ , ଶ୍ରୀ ଗୌରାଙ୍ଗ ଦାଶ ପ୍ରମୁଖ RDC ମହୋଦୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.