ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ର ସର୍ବ ପୁରାତନ ସହର ଜୁନାଗଡ଼ ହାଇସ୍କୁଲ୍ ଖେଳ ପଡିଆସ୍ଥିତ ଲଙ୍କେଶ୍ଵରୀ ମଞ୍ଚରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଲଲିତ କଳା ଏକାଡେମି ଭୁବନେଶ୍ଵର ଓ କଳାହାଣ୍ଡି ଜିଲ୍ଲା ପ୍ରାସlଶନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ୨୦୨୦ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି | ଏହି ଅବସରରେ ବିଶିଷ୍ଟ ଅତିଥି ଧର୍ମଗଡ ବିଧାୟକ ମହୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ସମ୍ମାନୀତ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ ଡାଃ ରାମକୃଷ୍ଣ ସାହୁ. ଜୁନାଗଡ ବ୍ଲକ ଅଧ୍ୟକ୍ଷା ନୁରଯ ମାଝି କାର୍ଯ୍ୟକ୍ରମ ସଂଯୋଜକ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ | ଅଭିନେତ୍ରୀ ମଧୁମିତା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଗୁରୁ ଧନେଶ୍ୱର ସ୍ଵାଇଁ ଏବ୍ଂ ସାଥୀଙ୍କ ଦ୍ଵାରା ବାଦ୍ୟ ବିଚିତ୍ରା, ସୁଶ୍ରୀ ଅନୁଜl ରାଣୀ ମିଶ୍ର, ମହେନ୍ଦ୍ର ଆଚାର୍ଯ୍ୟ, ହରପ୍ରିୟା ସ୍ୱାଇଁ, ବିଷ୍ନୁ ମୋହନ କବିଙ୍କ ଦ୍ଵାରା ସଙ୍ଗୀତ ଓ ଓଡିଶୀ ନୃତ୍ୟ, କୋଣାର୍କ ନାଟ୍ୟ ମଣ୍ଡପ ଦ୍ଵାରା ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଶୀତୁଆ ରାତିରେ ଦର୍ଶକଙ୍କୁ ବହୁ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ବାନ୍ଧି ରଖିଥିଲା.|
Sign in
Sign in
Recover your password.
A password will be e-mailed to you.
Prev Post