କୋଣାର୍କରେ ଭୋରୁ ଭୋରୁ ସାଇଲେଣ୍ଟ ଆର୍କିଟେକ୍ଟ ପାଣ୍ଡିଆନ , ବଦଳିବ ଅର୍କ କ୍ଷେତ୍ର ଚେହେରା !  

0 1

ଶ୍ରୀମନ୍ଦିର  , ଲିଙ୍ଗରାଜ ପରେ ଏବେ ଟାର୍ଗେଟରେ  କୋଣାର୍କ ମନ୍ଦିରର ଚାରିପାଖ 

କୋଣାର୍କ (ରବୀନ୍ଦ୍ର ବେହେରା) :ସକାଳୁ ସକାଳୁ ୫ ଟି ସଚିବ ଭି କେ ପାଣ୍ଡିଆନ ଅର୍କକ୍ଷେତ୍ର କୋଣାର୍କରେ | କୋଣାର୍କ ମନ୍ଦିରରେ  ପହଂଚି ତାହାର ସୌନ୍ଦର୍ୟ ଉପଭୋଗ କରିବା ସହ ତାହାର ଚାରିପାଖକୁ ନିରୀକ୍ଷଣ କରିଥିଲେ | ଲୋକ ତାଙ୍କୁ ଦେଖି ସେଠାରେ ଲୋକ ଆଶ୍ଚର୍ଯ୍ୟ, ବାପରେ ଏତେ ସକାଳୁ ! ଶ୍ରୀ ପାଣ୍ଡିଆନ କୋଣାର୍କ ସନ୍ଦର୍ଶନ ପୂର୍ବକ ସେଠାରେ ଉପସ୍ଥିତ କିଛି ଅଧିକାରୀଙ୍କ ସହ ନକ୍ସା ଦେଖି କିଛି ଆଲୋଚନା କରିଥିଲେ | ସାଙ୍ଗରେ ଥାନ୍ତି ପୂର୍ତ୍ତ ସଚିବ ଡ଼ କିଷନ କୁମାର ଓ  ପୁରୀ ଜିଲ୍ଲାପାଳ | ଲାଗୁଥିଲା ବୋଧହୁଏ ପୁରୀ ଓ ଲିଙ୍ଗରାଜ ମନ୍ଦିରର ଚେହେରା ବଦଳାଇଦେଇଥିବା ଶ୍ରୀ ପାଣ୍ଡିଆନଙ୍କ ନଜର ବୋଧେ ଏଥର କୋଣାର୍କ ମନ୍ଦିରର ଚତୁର୍ପାଶ୍ୱର ବିକାଶ ଉପରେ |  ଆଉ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ଯେମିତି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି, ଯାହାକୁ କୁ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପ୍ରଶଂସା କରିଛନ୍ତି..କୋଣାର୍କକୁ ମଧ୍ୟ ସେଭଳି ଆକର୍ଷଣୀୟ ଢଙ୍ଗରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପରିକଳ୍ପନାର ସାଇଲେଣ୍ଟ ମାଷ୍ଟର ଆର୍କିଟେକ୍ଟ ଆପାତତଃ ମନସ୍ଥ କରି ସାରିଛନ୍ତି | 

କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ଭୋରରୁ ପାଞ୍ଚଟାରୁ ୫ଟି ସଚିବ  ଶ୍ରୀ ପାଣ୍ଡିଆନ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ  ପ୍ରମୁଖ କୋଣାର୍କ ଗସ୍ତକରିଥିଲେ । କୋଣାର୍କ ମନ୍ଦିର ପରିଦର୍ଶନ କରିବା  ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ଓ କୋଣାର୍କ ସଂଲଗ୍ନ ଅନ୍ୟାନ୍ୟ ପର୍ଯ୍ୟଟନ ସମ୍ପର୍କିତ ବା ସମ୍ଭାବ୍ୟ ସ୍ଥଳ ବୁଲି ଦେଖିଥିଲେ | ତାପରେ ଚନ୍ଦ୍ରଭାଗା ମଧ୍ୟ ବୁଲି ଦେଖିଥିଲେ । ଆଗକୁ ମାଘ ସପ୍ତମୀ ଥିବାରୁ କେମିତି ତାକୁ ବ୍ୟବସ୍ଥିତ ଢଙ୍ଗରେ କରାଯାଇପାରିବ ତାହାରି ଉପରେ ଆଲୋଚନା କରଥିଲେ ଶ୍ରୀ ପାଣ୍ଡିଆନ |

ସୂଚନା ଅନୁଯାୟୀ, ପୂର୍ବ ଚାରି ଥରରେ ପର୍ଯ୍ୟଟନ ଆବଶ୍ୟକ ଗୁରୁତ୍ବ ପାଇଁ ନଥିବା ବେଳେ ପଞ୍ଚମ ପାଳି ସରକାରରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ତାଲିକାରେ ପର୍ଯ୍ୟଟନ | ରାଜ୍ୟର ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ସହ ପର୍ଯ୍ୟଟନ ସମ୍ଭାବନା ଥିବା ବିଭିନ୍ନ ସ୍ଥଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପର୍ଯ୍ୟଟନ ବିକାଶର ଏକ ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି ନବୀଙ୍କ ପରିକଳ୍ପନା ରୂପାୟନ ଦାୟିତ୍ୱରେ ଥିବା ସାଇଲେଣ୍ଟ ମାଷ୍ଟର ଆର୍କିଟେକ୍ଟ ୫ ଟି ସଚିବ ଶ୍ରୀ ପାଣ୍ଡିଆନ |   ଓଡ଼ିଶାର ସମସ୍ତ ବିଶ୍ୱପ୍ରସିଦ୍ଧ ସ୍ଥାନର ଉନ୍ନତି କରଣ କାର୍ଯ୍ୟ ନିରୁତା ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେ । ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଶ ଓ ବିଦେଶ ସମସ୍ତ ମହଲରୁ ପ୍ରଶଂସା ସାଉଁଟିବା ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ସୁନ୍ଦରିକରଣ କାମ ହାତକୁ ନେଇଛନ୍ତି | ପୁରୀ ଭଳି ସ୍ଥାନୀୟ ସେବାୟତ ଓ ବେପାରୀଙ୍କ ହାଲକା ବିରୋଧ ଭିତରେ କାମ ଚାଲିଛି |  ବର୍ତ୍ତମାନ ଏହାକୁ ସାଧାରଣ ଲୋକଙ୍କ ସହ ପର୍ଯ୍ୟଟକ ମଧ୍ୟ ପ୍ରଶଂସା କରିବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାବାସୀ  ମିଳିଛି |  

ସୂଚନା ଅନୁଯାୟୀ, ପୂର୍ବ ଚାରି ଥରରେ ପର୍ଯ୍ୟଟନ ଆବଶ୍ୟକ ଗୁରୁତ୍ବ ପାଇଁ ନଥିବା ବେଳେ ପଞ୍ଚମ ପାଳି ସରକାରରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ତାଲିକାରେ ପର୍ଯ୍ୟଟନ | ରାଜ୍ୟର ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ସହ ପର୍ଯ୍ୟଟନ ସମ୍ଭାବନା ଥିବା ବିଭିନ୍ନ ସ୍ଥଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପର୍ଯ୍ୟଟନ ବିକାଶର ଏକ ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି ନବୀଙ୍କ ପରିକଳ୍ପନା ରୂପାୟନ ଦାୟିତ୍ୱରେ ଥିବା ସାଇଲେଣ୍ଟ ମାଷ୍ଟର ଆର୍କିଟେକ୍ଟ ୫ ଟି ସଚିବ ଶ୍ରୀ ପାଣ୍ଡିଆନ |   ଓଡ଼ିଶାର ସମସ୍ତ ବିଶ୍ୱପ୍ରସିଦ୍ଧ ସ୍ଥାନର ଉନ୍ନତି କରଣ କାର୍ଯ୍ୟ ନିରୁତା ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେ । ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଶ ଓ ବିଦେଶ ସମସ୍ତ ମହଲରୁ ପ୍ରଶଂସା ସାଉଁଟିବା ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ସୁନ୍ଦରିକରଣ କାମ ହାତକୁ ନେଇଛନ୍ତି | ପୁରୀ ଭଳି ସ୍ଥାନୀୟ ସେବାୟତ ଓ ବେପାରୀଙ୍କ ହାଲକା ବିରୋଧ ଭିତରେ କାମ ଚାଲିଛି |  ବର୍ତ୍ତମାନ ଏହାକୁ ସାଧାରଣ ଲୋକଙ୍କ ସହ ପର୍ଯ୍ୟଟକ ମଧ୍ୟ ପ୍ରଶଂସା କରିବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାବାସୀ  ମିଳିଛି |  Chat Conversation End
 
Type a message.. 
Leave A Reply

Your email address will not be published.