ଓଡ଼ଗାଁ ମହୋତ୍ସବ  ପଲ୍ଲୀଶ୍ରୀ ମେଳା ୨୦୨୦ : ଦର୍ଶକଙ୍କ ଅପେକ୍ଷାରେ ମହୋତ୍ସବ  ପଡ଼ିଆ

0 1

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବ  ଓ ପଲ୍ଲୀଶ୍ରୀ ମେଳା ୨୦୨୦ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମଂଚ ଅପେକ୍ଷା କରିଛି ଅତିଥି ଓ କଳାକାର ମାନଙ୍କୁ । ପଲ୍ଲୀଶ୍ରୀ ମେଳା ଓ ହୋଟେଲ ଅପେକ୍ଷା କରିଛି ଗ୍ରାହକ ମାନଙ୍କୁ । ପାଟ ଓଢଣୀରେ ଆଲୋକ ମାଳାରେ ସୁସଜିତ ପଡ଼ିଆ ଅପେକ୍ଷା କରିଛି ଦର୍ଶକ ମାନଙ୍କୁ । ଇତିମଧ୍ୟରେ ଏକାଧିକ ବର୍ଷ ଅତିକ୍ରମ କରିସାରିଛି ଓଡ଼ଗାଁ ମହୋସôବ । ସ୍ଥାନୀୟ ଅଂଚଳରେ ଏହା ଅଧିକ ଲୋକପ୍ରିୟତା ହାସଲ କରିଥିବାରୁ କେବଳ ନୟାଗଡ଼ ଜିଲ୍ଲା ନୁହେଁ ବିଭିନ୍ନ ଜିଲ୍ଲାର କାଳାକାର ଏବଂ କଳାପ୍ରେମୀ ମନୋରଞ୍ଜନ ଧର୍ମି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଏହାର ମଜା ଉଠାଇଥାନ୍ତି । ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ବହୁ ଜନ ସମାଗମକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ଟ୍ରାଫିକ୍ ନିୟନ୍ତ୍ରଣ, ଯୋଗାଯୋଗ ରାସ୍ତା ଆଲୋକି କରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ପାଇଁମହୋତ୍ସବ କମିଟିର ସମ୍ପାଦକ ଲୋକନାଥ ସାହୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପ୍ରତିଦିନ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଲୋକକଳା ପରିବେଷଣ କରିବା ସହିତ ସାନ୍ଧ୍ୟକାଳୀନ ସଭା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପେଷାଦାର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ହେବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ, ସାରଳା ଘଂଟ, ପାଇକ ଆଖଡା, ସରସ୍ୱତୀ ଡ୍ୟାନ୍ସ ଗୃପ୍ ଓଡ଼ଗାଁ, ବୀଣାପାଣି ଲୋକ ନୃତ୍ୟ କେଉଁଝରର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ହେବାର ବ୍ୟବସ୍ଥା ରହିଛି ।  

 

Leave A Reply

Your email address will not be published.