ଥମୁନି ଚୋରା ଖଣି କାରବାର : ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାଇଜ  ଲୁହାପଥର ବୋଝେଇ ୧୦ ଚକିଆ ହାଇବା ଟ୍ରକ ଜବତ, ୬ ଜଣ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ) ଚୋରା ଖଣିଜ କାରବାରକୁ ରୋକିବାକୁ ସରକାର ଯେତେ କଡା ନିୟମ କଲେ ମଧ୍ୟ ଚୋରି ବନ୍ଦ ହେଉନି। ଗତକାଲି ବଡି ଭୋର ସମୟରେ ଭଦ୍ରାସାହି ଅଞ୍ଚଳରୁ ଏକ ସାଇଜ ଓର ବୋଝେଇ ହୋଇଥିବା ଦଶ ଚକିଆ ହାଇବା ଟ୍ରକକୁ ବଡ଼ବିଲ ପୋଲିସ ଜବତ କରିବା ସହ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ଜବତ ସାଇଜ ଓରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏହି ଲୁହାପଥର ଶଂଖଝର ଅଞ୍ଚଳରେ ଥିବା ଏକ ବନ୍ଦ ପଡିଥିବା କ୍ରସର ପ୍ଲାଣ୍ଟରୁ ଚୋରାରେ ବୋଝେଇ ହୋଇଥିବା ପୋଲିସ କହିଛି। ଜବତ ହାଇବା ନଂ ଜେ ଏଚ୦୫ ଡବ୍ଲୁ ୦୩୨୦ରେ ୨୬.୧୬୦ ମେଟ୍ରିକ ଟନ ଲୁହାପଥର ଥିବା ଜଣାପଡିଛି।

Leave A Reply

Your email address will not be published.