କଳାକାର ଦୁସ୍ଥ ନୁହେଁ ; ସ୍ୱାଭିମାନୀ ଓ କଳାପାଇଁ ସମର୍ପିତ- ଜିଲ୍ଲାପାଳ 

0

20-03-18-jajpur.jpg - 806.73 kB

ଯାଜପୁର(ଜୟଶଙ୍କର ଦାଶ): ପାରମ୍ପରିକ ଲୋକ କଳା ଆମ ସଂସ୍କୃତିର ପ୍ରତୀକ ।  ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା  ସ୍ତରୀୟ ପ୍ରଥମ ଲୋକକଳା ମହୋତ୍ସବ ଅନୁଷ୍ଠିତ  ହୋଇଥିଲା ।  ୨ ଦିନିଆ ଏହି ମହୋସôବକୁ ଉଦ୍ଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ରାଜ୍ୟ ସରକାର କଳାର ପ୍ରଚାର ପ୍ରସାର ଓ କଳାକାରର ଆର୍ଥିକ ଉନ୍ନତି ପାଇଁ ଗଠନ କରିଥିବା ଲୋକକଳା ଓ ସଂସ୍କୃତି ସଂଘ  ଦ୍ୱାରା କଳାକାର ମାନେ ବେଶ ଉପକୃତ ହୋଇପାରୁଚ୍ଥନ୍ତି ।  ଆଗାମୀ ଦିନରେ ଏହାକୁ ଅଧିକ ଋଦ୍ଧିମନ୍ତ ଓ ବିକଶିତ କରିବାକୁ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳ  ତଥା ଜିଲ୍ଲା  ସଂସ୍କୃତି ସଂଘର ସଭାପତି ରଂଜନ କୁମାର ଦାସ ଏଥିରେ ସଭାପତିତ୍ୱ କରି କଳାକାର କେବେ ଦୁସ୍ଥ ନୁହେଁ ବରଂ ସ୍ୱାଭିମାନୀ ବୋଲି କହିଥିଲେ ।  ଆମ ଜିଲ୍ଲାର ସମୃଦ୍ଧ ଲୋକକଳା ଓ ସଂସ୍କୃତିର ଉତ୍ଥାନ ଓ ବିକାଶ ପାଇଁ ପ୍ରତ୍ୟେକଙ୍କ ଚେଷ୍ଟା ରହିବା ଆବଶ୍ୟକ ବୋଲି ସେ ମତ ଦେବା ସହ ନିଜ ନିଷ୍ଠା  ଓ କଳା ପ୍ରତି ସମର୍ପିତ ଭାବନା ଓ ସ୍ୱାଭିମାନକୁ ସର୍ବଦା ପ୍ରତିପାଦିତ କରିବାକୁ ଆହ୍ୱାନ ଦେଇଥିଲେ ।  ଯାଜପୁର ଜିଲ୍ଲା  ଓଡିଶାର ପୁରାତନ ରାଜଧାନୀ ।  ରାଜା ଯଯାତି କେଶରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ।  ତେଣୁ ତାଙ୍କର ସ୍ମୃତିରକ୍ଷା ପାଇଁ ଊଦ୍ୟମ କରାଯାଊଚ୍ଥି ଓ ତାଙ୍କର ଏକ ସଦୃଶ ପ୍ରତିକୃତି କରାଯିବ ବୋଲି ସେ ସୂଚନା ଦେଇଥିଲେ ।  ମୁଖ୍ୟ ବକ୍ତା ଭାବେ ପ୍ରକଳ୍ପନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ କଳା ଓ କଳାକାରର ଉନ୍ନତି ଏହି ମହୋସôବ ମାଧ୍ୟମରେ ଅଧିକ ପଂଳ ପ୍ରସୁ ହେବ ବୋଲି ମତ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାର ବିକାଶ ସହ କଳାକାରର ସମୃଦ୍ଧି ପାଇଁ ଲୋକକଳା ମହୋସôବ ଏକ ପ୍ରମୁଖ  ସ୍ଥାନ ବୋଲି କହିଥିଲେ ।  ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ସରକାରଙ୍କର ଅନେକ ଯୋଜନା ସହ କଳା ଓ କଳାକାର ଜଡିତ ହେବାର ଏହି ଲୋକକଳା ଏକ ଶ୍ରେଷ୍ଠ  ଓ ଆବେଗିକ ବନ୍ଧନ ବୋଲି କହିବା ସହ ସପଂଳ ଆୟୋଜନ ପାଇଁ ଧନ୍ୟବାଦ  ଦେଇଥିଲେ ।  ଜିଲ୍ଲା  ଲୋକକଳା ସଂସ୍କୃତି ସଂଘର ଉପସଭାପତି ଅନିରୁଦ୍ଧ ପରିଡା କଳାକାର ମାନଙ୍କର ଏକତା ଓ ପ୍ରତିବଦ୍ଧତା ଏହି ମହୋତ୍ସବ  ମାଧ୍ୟମରେ ପ୍ରକାଶ ପାଇଚ୍ଥି ବୋଲି କହିଥିଲେ ।  ଜିଲ୍ଲା  ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ, ଲୋକକଳା ମହୋସôବର ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋତ୍ସବରେ ୧୦ ଟି ଯାକ ବ୍ଲକର ଉପସଭାପତି, ସମସ୍ତ ବ୍ଳ୍କ ସ୍ତରରୁ ମନୋନୀତ ହୋଇଥିବା ୩୦ ଗୋଟି ସାଂସ୍କୃତିକ ଦଳ, ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଠ  ନାଗରିକ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।  ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ପରେ ବିଭିନ୍ନବ୍ଲକ  ଆସିଥିବା ସାଂସ୍କୃତିକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ଏହାର ଶ୍ରେଷ୍ଠ  ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହେବେ ।  କାର୍ଯ୍ୟକ୍ରମରେ ବିଚାରକ ଭାବେ କଟକ ଜିଲ୍ଲା  କଳା ସଂସ୍କୃତି ସଂଘର ଊପସଭାପତି ଜ୍ଞାନ ରଂଜନ କାନୁନଗୋ , ଗୁରୁ ଚରଣ ଷଡଙ୍ଗୀ, ଧାମନଗର ବ୍ଲକ  କଳା ସସ୍କୃତି ସଂଘର ଊପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ ।  ସକାଳ ୯ ଘଟିକାରେ ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ କଳାକାର ମାନଙ୍କର ଏକ ବିଶାଳ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଉଦ୍ଘାଟନ କରିଥିଲେ ।  କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସଂସ୍କୃତି ଅଧିକାରୀ, ସଂସ୍କୃତି ସହାୟକ ବିନୋଦ ସିଂ ସିଙ୍କୁ, ସତ୍ୟଜିତ୍ ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ବାରୁଣୀ ସେଠୀ, ରବିନ୍ଦ୍ର କୁମାର ଦାସ, ସୁଶାନ୍ତ ଗୋଚ୍ଚ୍ଥାୟତ, ସୁରେନ୍ଦ୍ର ନାଥ ସାହୁ, ପ୍ରତାପ କେଶରୀ ସେନ୍, ଅତିଶ ପରିଡା, ମୃତ୍ୟୁଞ୍ଜୟ ଦାସ  ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ । 

20-03-18-jajpur-1.jpg - 1.00 MB

 

 

Leave A Reply

Your email address will not be published.